fbpx

ହୋମ୍ ୱର୍କ ନକରିବାକୁ ୮ ବର୍ଷର ଶିଶୁକୁ ଫ୍ୟାନରେ ଲଟକାଇଦେଲା ନିର୍ଦ୍ଦୟୀ ବାପା, ଭିଡିଓ ଭାଇରାଲ୍ ପରେ ହଙ୍ଗାମା

ନୂଆଦିଲ୍ଲୀ: ଠିକ୍ ସମୟରେ ପାଠ କରିବା ଓ ଭଲ ଭାବରେ ପାଠପଢ଼ାରେ ମନ ଦେବାକୁ ବାପା ମାଆ ମାନେ ପିଲାଙ୍କୁ ଆକଟ କରିଥାନ୍ତି । ହେଲେ ବେଳେ ଆକଟ କରିବାକୁ ଯାଇ ବେଳେ ବାପାମାଆ ମାନେ ଏପରି କିଛି କରି ବସନ୍ତି ଯାହା ସମସ୍ତଙ୍କ ସ୍ତବ୍ଧ କରିଦିଏ । ଏହିଭଳି ଏକ ଦୃଶ୍ୟ ସାମନାକୁ ଆସିଛି । ଗୋଟିଏ ୮ ବର୍ଷର ଶିଶୁ ହୋମ୍ ୱର୍କ ନକରିବାରୁ ତାକୁ ଫ୍ୟାନ୍ ରେ ଓଲଟା ଲଟକାଇ ଦେଇଛନ୍ତି ନିର୍ଦ୍ଦୟୀ ବାପା । ଏହି ଘଟଣା ସାମନାକୁ ଆସିଛି ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ।

ତେବେ ଏହି ଘଟଣା ନଭେମ୍ବର ୧୭ ତାରିଖର ହୋଇଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଅରେ ଘୂରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୮ ବର୍ଷର ପିଲାଟିକୁ ଖୁବ୍ ମାରପିଟ୍ କରାଯାଉଛି । ଘଟଣା ପରେ ଶିଶୁ ଓ ତାର ମାଆ ଉଭୟ ମିଶି ଚିତୋରଗଢ଼ରେ ଥିବା ବାପ ଘରକୁ ଯାଇ ନିଜର ମାମୁଁଙ୍କୁ ଏହି ଭିଡିଓ ଦେଖାଇଥିଲେ । ଏହାପରେ ମହିଳା ଜଣଙ୍କ ଚାଇଲ୍ଡଲାଇନ୍ ରେ ଏନେଇ ଅଭିଯୋଗ କରିଥିଲେ ।

ଅଭିଯୁକ୍ତ ବ୍ୟକ୍ତି ଜଣକ ନିଜ ପୁଅର ହାତ ଗୋଡ ବାନ୍ଧି ପଙ୍ଖାର ହୁକ୍ ରେ ଓଲଟା ଲଟକାଇଦେଇଥିଲେ ଓ ବାଡେଇବାକୁ ପ୍ରୟାସ କରିଥିଲେ । ତେବେ ଏହି ସମୟରେ ପିଲାଟିର ମାଆ ଆସି ତାଙ୍କୁ ରୋକିଥିଲେ । ଭିଡିଓରେ ପିଲାଟି ଖୁବ୍ କାନ୍ଦି କାନ୍ଦି ନ ଲଟକାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟପଟେ ଏହା ମଧ୍ କୁହାଯାଉଛି ଯେ, ମହିଳା ଜଣକ ପିଲାଟି ପ୍ରତି ହେଉଥିବା କ୍ରୁରତାକୁ ଭିଡିଓ ରେକର୍ଡ କରିବ ବୋଲି ପଙ୍ଖାରେ ଲଟକାଇବାରେ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିଥିଲା ।

ରିପୋର୍ଟ ମୁତାବକ, ମହିଳା ଜଣକ ଫୋନ୍ କୁ ଝରକା ପାଖରେ ରଖିଦେଇଥିଲେ ଓ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ଭଳି ନାଟକ କରିଥିଲେ । ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମୁତାବକ, ସେ ନିଜର ପିଲାମାନଙ୍କୁ ଦରକାର ଠାରୁ ଅଧିକ ମାରପିଟ୍ କରୁଥିଲା । ତେବେ ରାଜ୍ୟର ଶିଶୁ ସୁରକ୍ଷା ଆୟୋଗ ଏହି ମାମଲାକୁ ଗମ୍ଭୀର ଭାବରେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.