fbpx

ପେଟ୍ କମିନ୍ସ ହେଲେ ଅଷ୍ଟ୍ରେଲିଆର ଟେଷ୍ଟ କ୍ୟାପ୍ଟେନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଟେଷ୍ଟ ଟିମର ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ଉପଅଧିନାକ ଥିବା ପେଟ କମିନ୍ସଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ପ୍ରଦାନ କରାଯିବ । ଏହାଫଳରେ କମିନ୍ସ ଅଷ୍ଟ୍ରେଲିଆର ୪୭ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି । ସେହିପରି ଷ୍ଟିଭ୍ ସ୍ମିଥଙ୍କୁ ଟିମର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଆଶେସ ଟେଷ୍ଟର ପ୍ରଥମ ୨ଟି ମ୍ୟାଚ ପାଇଁ ୧୫ ଜଣିଆ ଟିମ୍ ଚୟନ କରାଯାଇଛି ।

କମିନ୍ସ ୨୦୧୧ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା ମୋଟ ୩୪ଟି ଟେଷ୍ଟ ଖେଳିସାରିଥିବା ବେଳେ ୧୬.୪୭ ଆଭରେଜରେ ୭୦୮ ରନ ସଂଗ୍ରହ କରିଛନ୍ତି । ସେହିପରି ୬୯ଟି ଦିନିକିଆରେ ୯.୮୩ ଅଭରେଜରେ ୨୮୫ ରନ୍ ସଂଗ୍ରହ କରିଛନ୍ତି । ଏହାଛଡ଼ା ସେ ୩୭ଟି ଟି-୨୦ ଓ ୩୭ଟି ଆଇପିଏଲ ଖେଳି ସାରିଛନ୍ତି । ଟେଷ୍ଟରେ ସେ ୧୬୪ଟି, ଦିନିକିଆରେ ୧୧୧ଟି, ଟି-୨୦ରେ ୪୨ଟି ଓ ଆଇପିଏଲରେ ୩୮ଟି ୱିକେଟ ହାସଲ କରିଛନ୍ତି । ୨୦୧୫ରେ ଅଷ୍ଟ୍ରେଲୀୟର ବିଶ୍ୱକପ ବିଜୟୀ ଟିମର ସଦସ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କମିନ୍ସ ।

Get real time updates directly on you device, subscribe now.