fbpx

ଜେଲର କାନ୍ଥ ଭାଙ୍ଗି ଫେରାର ହେଲେ ୫ କଏଦୀ

ବିକାନେର, ୨୧ା୪: ରାଜସ୍ଥାନର ବିକାନେର ଅନ୍ତର୍ଗତ ନୋଖା ସବ ଜେଲରୁ ୫ ଜଣ କଏଦୀ ଫେରାର ହୋଇଯାଇଛନ୍ତି । ବିଳମ୍ବିତ ରାତ୍ରିରେ କଏଦୀମାନେ ଜେଲର କାନ୍ଥ ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ ଯୋଧପୁରର ଏକ ଜେଲରୁ ୧୬ ଜଣ କଏଦୀ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ସହରରେ ନାକାବନ୍ଦୀ ଲାଗୁ କରାଯାଇଥିଲେ ମଧ୍ୟ, କଏଦୀଙ୍କ ପତ୍ତା ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଗତକାଲି ରାତି ୨.୩୦ ସମୟରେ କଏଦୀମାନେ ଏହି କାରନାମା ଭିଆଇଥିଲେ । କଏଦୀମାନେ ସମସ୍ତେ ମିଶି ଜେଲର ଖିଡ଼କି ତାଡ଼ିବା ସହ କାନ୍ଥ ଭାଙ୍ଗି ବାହାରକୁ ଯିବାରେ ସକ୍ଷମ ହୋଇଥିଲେ । ପରେ ରଶି ସହାୟତାରେ ଜେଲର ସୀମା ପାର ହୋଇଯାଇଥିଲେ । ତେବେ ଏହି ଘଟଣା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.