fbpx
BSKY
BJD MC SKY
BJD YOUTH SKY

ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ,ଅକ୍ସିଜେନ୍ ରିଫିଲିଙ୍ଗ୍ ସେଣ୍ଟର ସାମ୍ନାରେ ପରିବାର ଲୋକଙ୍କର ଲମ୍ବା ଲାଇନ୍

ଉତ୍ତରପ୍ରଦେଶ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଦେଶର ସ୍ୱାସ୍ଥ୍ୟବସ୍ଥାର ଗୁମର ଖୋଲିବାରେ ଲାଗିଛି । ଦେଶର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ତୁଳନାରେ ବେଡ୍ କମ ଥିବା ଜଣାପଡିଛି । ହସ୍ପିଟାଲରେ ବଡ୍ କମ ଠାରୁ ଅକ୍ସିଜେନ୍ ସିଲିଣ୍ଡରର ସମସ୍ୟା ଅଧିକ ବଢିଯାଇଛି । ଦେଶର ରାଜଜଧାନୀ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଏବେ ଅକ୍ସିଜେନ୍ ସିଲିଣ୍ଡର ପାଇଁ ସବୁ ଜାଗାରେ ସମସ୍ୟା ଦେଖାଯାଉଛି ।

ଅକ୍ସିଜେନ୍ ସିଲିଣ୍ଡର ପାଇଁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ତାଲକଟୋରା ଅକ୍ସିଜେନ ରିଫିଲିଙ୍ଗ୍ ସେଣ୍ଟର ପାଖରେ ଏବେ ଲୋକମାନଙ୍କର ଭିଡ ଜମୁଛି। ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଥିବାରୁ ଦୂର ଦୂରନ୍ତରୁ ଲୋକମାନେ ଆସି ନିଜର ପରିବାର ଲୋକଙ୍କ ପାଇଁ ନିଜେ ଅକ୍ସିଜେନ ସିଲିଣ୍ଡର ଭରି ନେଉଥିବାର ଦେଖିବାକୁ ମିଳୁଛି । ଅକ୍ସିଜେନ ଅଭାବରୁ ରୋଗୀମାନଙ୍କୁ ହସ୍ପିଟାଲରେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ନିଜର ଲୋକମାନଙ୍କୁ ବଞ୍ଚାଇବା ଲାଗି ଅକ୍ସିଜେନ୍ ପାଇଁ ଏଠି ସେଠି ଲୋକମାନଙ୍କୁ ଦୌଡିବାକୁ ପଡୁଛି । ସେଠାକାର ଲୋକମାନଙ୍କର କହିବା କଥା ଯେ ହସ୍ପିଟାଲ ଅଧିକାରୀ ରୋଗୀଙ୍କୁ ହସ୍ପିଟାଲ ଆଣିବା ପାଇଁ ସିଧା ସିଧା ମନା କରି ଦେଉଛନ୍ତି । ଅକ୍ସିଜେନ ଆଣିଲେ ହସ୍ପିଟାଲରେ ରୋଗୀକୁ ଭର୍ତ୍ତି କରାଯିବ ନହେଲେ ନାହିଁ । ଏନେଇ ନିଜର ପରିଜନଙ୍କୁ ବଞ୍ଚାଇବା ଲାଗି ଅକ୍ସିଜେନ୍ ପାଇଁ ଏଣେ ତେଣେ ଦୌଡିବାକୁ ପଡୁଛି ।

ଲକ୍ଷ୍ନୌ ରିଫିଲିଙ୍ଗ୍ ସେଣ୍ଟରେ ଭିଡ ଏତେ ମାତ୍ରାରେ ବଢୁଛୁ ଯେ ଭିଡ କମାଇବା ପାଇଁ ସେଠାରେ ଏବେ ପୋଲିସ୍ ମୁତୟନ କରାଯାଇଛି । ଅକ୍ସିଜେନ୍ ସମସ୍ୟା ଦେଖି ଯୋଗୀ ସରକାର କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ପାଇଁ କହିଛନ୍ତି । କେନ୍ଦ୍ର ସରକାର ମଧ୍ୟ କହିଛନ୍ତି କି ସମୟ ସମୟରେ କେନ୍ଦ୍ରକୁ ସ୍ଥିତିର ସୂଚନା ମିଳୁଥିବା ଦରକାର ,ତାହେଲେ କେନ୍ଦ୍ର ସରକାର ଠିକ୍ ସମୟରେ ଅକ୍ସିଜେନ୍ ସପ୍ଲାଇ କରିପାରିବ । ସେପଟେ କରୋନାରେ ଉତ୍ତରପ୍ରଦେଶର ସ୍ଥିତି ବିଗିଡିବାରେ ଲାଗିଛି । ଏହାମଧ୍ୟରେ ୩୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଉଛନ୍ତି । ଏହାବ୍ୟତିତ ୧୬୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.