fbpx

ଏନକାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ

Advertisement

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଜମ୍ମୁ-କଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ଫଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜମ୍ମୁ-କଶ୍ମୀର ଆଇଜିପି ବିଜୟ କୁମାର ସୁରକ୍ଷାକର୍ମୀ ତଥା ପୋଲିସକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ବୁଧବାର ବିଳମ୍ବିତ ରାତିରେ ପୋଲିସକର୍ମୀଙ୍କୁ ପୁଲୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଖବର ମିଳିବା ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ, ଯାହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇ ସେମାନଙ୍କୁ ନିହତ କରିଥିଲେ । ଏଥିରେ ହିଜବୁଲ ମୁଜାହିଦୀନ ଆତଙ୍କବାଦୀର ଜଣେ କମାଣ୍ଡର ନିହତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.