fbpx

ଓମାନରେ ଅଚାନକ୍ ମାଡିଆସିଲା ବନ୍ୟା , ପ୍ରବଳ ବର୍ଷା ଯୋଗୁଁ ପ୍ରଳୟ; ସ୍କୁଲ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ

ଦୁବାଇ : ପ୍ରବଳ ବର୍ଷା ଓମାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏହି କାରଣରୁ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

ଏଥିରେ ଯାତ୍ରା କରୁଥିବା ପିଲାମାନଙ୍କ ସହିତ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଓମାନର ଉତ୍ତର ଅଲ ଶାର୍କିୟା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ।

ଓମାନର ସରକାରୀ ସମାଚାର ଏଜେନ୍ସି ରିପୋର୍ଟ କରିଛି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୟାଲ ଓମାନ ପୋଲିସ ଏବଂ ଓମାନ ସେନାକୁ ନିୟୋଜିତ କରାଯାଇଛି । ଏହି ସମୟରେ ଦୁବାଇରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ପବନ ସହ ବର୍ଷା ଓ କୁଆପଥର ମାଡ ହେବ ବୋଲି ଜାତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ।

Get real time updates directly on you device, subscribe now.