fbpx
BSKY
BJD SHG SKY
BJD YOUTH SKY

(Video)କେବେ ଦେଖିଛନ୍ତି କି ରଙ୍ଗ ପରିବର୍ତ୍ତନ କରୁଥିବା ମାଛ, ଭିଡିଓ ଦେଖି ହୋଇଯିବେ ଚକିତ

ଓଡ଼ିଶା ଭାସ୍କର: ଆମକୁ ବହୁ ସମୟରେ ପ୍ରକୃତିର ଏପରି ବୈଚିତ୍ର‌୍ୟ ଦେଖିବାକୁ ମିଳିଥାଏ ଯାହା ଦେଖିବା ପରେ ଆମ ନିଜ ଆଖିକୁ ବି ଅବିଶ୍ୱାସ ହୋଇଥାଏ । ଏଠି ଆମେ ଏପରି ଏକ ମାଛ ବିଷୟରେ କହିବାକୁ ଯାଉଛୁ ଯାହା ଏଣ୍ଡୁଅ ପରି ନିଜର ରଙ୍ଗ ବଦଳାଇଥାଏ । ଏହି ମାଛକୁ ଟାଇଲଫିଶ୍ ବା ଫ୍ଲେଶିଂ ଟାଇଲଫିଶ୍ କୁହାଯାଏ । ଏହି ମାଛର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଆପଣ ଦେଖିପାରିବେ କି ମାଛଟି କିପରି ଆଖି ପିଛୁଳାକେ ନିଜର ରଙ୍ଗ ବଦଳାଇ ଦେଉଛି । ଏହି ଭିଡିଓକୁ ଏକ୍ସରେ @dreamsNscience ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ତେବେ ଏକ୍ସରେ ଏହି ମାଛର ଭିଡିଓ ସେୟାର କରିବା ସହ ଏହା ବିଷୟରେ ସୂଚନା ମଧ୍ୟ ଦିଆଯାଇଛି । କ୍ୟାପସନରେ ଲେଖାଯାଇଛି କି ଏହି ମାଛ ନିଜ ତ୍ୱଚାରେ ଥିବା ବିଶେଷ ପ୍ରୋଟିନ ସହାୟତାରେ ରଙ୍ଗ ବଦଳାଇବା କ୍ଷମତା ରଖିଥାଏ ।

Get real time updates directly on you device, subscribe now.