fbpx

ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ

ଓଡ଼ିଶା ଭାସ୍କର: ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ପୂର୍ବ ନିର୍ଦ୍ଧାରିତ ଆଜି ସନ୍ଧ୍ୟା ୭ଟା ବେଳେ ବସିବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, କ୍ୟାବିନେଟ ବୈଠକ ପରେ ମନ୍ତ୍ରୀପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ କାମଚଳା ବଜେଟକୁ ମଞ୍ଜୁରୀ ମିଳିବ। ଆସନ୍ତା ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି।

Get real time updates directly on you device, subscribe now.