fbpx

ଫ୍ଲିପକାର୍ଟର ଦୀପାବଳୀ ଅଫର୍; iPhone, Google, POCO ଆଦି ସ୍ମାର୍ଟଫୋନରେ ମିଳିବ ବେଷ୍ଟ୍ ଡିଲ୍

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ବର୍ତ୍ତମାନ Big Diwali Sale ଚାଲିଛି । ଏଥିରେ ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଉପରେ ଜବରଦସ୍ତ ଡିସକାଉଣ୍ଟ୍ ମିଳୁଛି । ମୋବାଇଲ୍, ଲ୍ୟାପଟପ୍ ଓ ୱାୟରଲେସ୍ ଇୟରଫୋନ୍ ରେ ବେଷ୍ଟ୍ ଡିଲ ସହିତ ଉପଲବ୍ଧ ହେଉଛି । ତେବେ ଚାଲନ୍ତୁ ଜାଣିବା ସ୍ମାର୍ଟଫୋନ୍ ଉପରେ ମିଳୁଥିବା ଅଫର୍ ସମ୍ପର୍କରେ ।

iPhone 12 , ଫ୍ଲିପକାର୍ଟରେ ୫୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହା ବ୍ୟତୀତ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ଏଥିରେ ୧୫୦୦ ଟଙ୍କାର ଡିସକାଉଣ୍ଟ୍ ଦିଆଯାଉଛି । ଯାହାଫଳରେ ଏହାର ଦାମ୍ ୫୨,୪୯୯ ଟଙ୍କା ହେବ । ଆପଣଙ୍କୁ ଏକ୍ସଚେଞ୍ଜ ଅଫର୍ ସହିତ ୧୪, ୯୫୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ ।

ସେହିପରି ସାମସଙ୍ଗ ଗାଲେକ୍ସି ଏଫ୍୧୨କୁ ଏହି ସେଲ୍ ରେ ଇଫେକ୍ଟିଭ୍ ଦାମ୍ ୮,୫୪୯ ଟଙ୍କାରେ କିଣିପାରିବେ । ଏହାକୁ ୯,୪୯୯ ଟଙ୍କାରୁ ବିକ୍ରି ଆରମ୍ଭ କରାଯାଇଛି । ବ୍ୟାଙ୍କ କାର୍ଡ ସହିତ ଆପଣ ଏହି ମୋବାଇଲ୍ କୁ କୁ ୮,୫୪୯ ଟଙ୍କାରେ କିଣିପାରିବ ।

POCO M3 ମୋବାଇଲ୍ କୁ ଏହି ସେଲ୍ ରେ ୧୦,୯୯୯ ଟଙ୍କାରେ କିଣିପାରିବ । ଯଦି ଆପଣଙ୍କ ପାଖରେ ଏସବିଆଇ କ୍ରେଡିଟ୍ କାର୍ଡ ଅଛି ତାହେଲେ ଏହି ମୋବାଇଲ୍ ରେ ଆପଣ ୧,୧୦୦ ଟଙ୍କା ଡିସକାଉଣ୍ଟ୍ ପାଇପାରିବେ । ଯାହାଫଳରେ ଏହାର ଦାମ୍ ହ୍ରାସ ପାଇ ୯,୮୯୯ ଟଙ୍କା ହୋଇଯିବ । ତେଣୁ ଆପଣ କମ୍ ବଜେଟ୍ ରେ ଏହି ଫୋନ୍ କିଣିପାରିବେ ।

Apple iPhone SE କୁ ଏହି ସେଲ୍ ରେ ୩୦,୦୯୯ ଟଙ୍କାରେ କିଣିପାରିବେ । ଏସବିଆଇ କ୍ରେଡିଟ୍ କାର୍ଡ ସହିତ ଏହାକୁ ଆଡିସନାଲ୍ ୧୫୦୦ ଟଙ୍କା ଡିସକାଉଣ୍ଟ୍ ରେ ନିଆଯାଇପାରିବ । ଏହି ଅଫର୍ Vivo X60 ଓ Realme 8i ରେ ମଧ୍ୟ ଉପଲବ୍ଧ ହେଉଛି ।

Get real time updates directly on you device, subscribe now.