fbpx
BSKY
BJD SHG SKY
BJD MC SKY

କରୋନା କାଳରେ ୨୬,୮୦୦ କୋଟି ଟଙ୍କା ଫଣ୍ଡିଂ ଯୋଗାଡ କଲା ଫ୍ଲିପକାଟ୍, ଏତିକି ଅରବ ଡଲାରରେ ପହଞ୍ଚିଲା କମ୍ପାନୀର ଭେଲୁଏସନ

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ୩.୬ ଅରବ୍ ଡଲାର୍ ଅର୍ଥାତ୍ ୨୬ହଜାର ୮୦୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି । ଆଉ ଏହି ଫଣ୍ଡିଂ ପରେ କମ୍ପାନୀର ଭେଲୁଏସନ୍ ୩୭.୬ ଅରବ୍ ଡଲାର୍ ହୋଇଯାଇଛି । ଏନେଇ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ତେବେ ଏହି ବଡ଼ ଧରଣର ପାଣ୍ଠି ଜିଆଇସୀ, କାନାଡା ପେନସନ୍ ପ୍ଲାନ୍ ଇନଭେଷ୍ଟମେଣ୍ଟ ବୋର୍ଡ ଓ ସଫ୍ଟବ୍ୟାଙ୍କ ଭିଜନ୍ ଫଣ୍ଡ ଓ ଏହିସବୁ ବ୍ୟତୀତ ପ୍ୟାରେଣ୍ଟ କମ୍ପାନୀ ୱାଲମାର୍ଟରୁ ସଂଗ୍ରହ କରାଯାଇଛି ।

ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଇ-କମର୍ସ ବଜାରରେ ଫ୍ଲିପକାର୍ଟର ମୁକାବିଲା ଆମାଜନ୍, ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଜିଓ ମାର୍ଟ ଏବଂ ଅନ୍ୟ କମ୍ପାନୀ ମାନଙ୍କ ସହିତ ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସଂଗ୍ରୁହିତ ପାଣ୍ଠିକୁ କର୍ମଚାରୀ, ଟେକ୍ନୋଲୋଜି, ସପ୍ଲାଏ ଚେନ୍ ଏବଂ ଇନଫ୍ରାଷ୍ଟ୍ରକଚର୍ ରେ ବିନିଯୋଗ କରିବ ।
ତେବେ ଫ୍ଲିପକାର୍ଟ ଗ୍ରୁନ୍ ର ସିଇଓ ଏନେଇ କହିଛନ୍ତି ଯେ, ଦୁନିଆର ବଡ଼ ନିବେଶକଙ୍କ ଦ୍ୱାରା ବିନିଯୋଗ ପାଣ୍ଠି ଡିଜିଟାଲ୍ କମର୍ସର ଭବିଷ୍ୟତ ଓ ଫ୍ଲିପକାର୍ଟର ଭଲ ଭବିଷ୍ୟତ ତଥା କ୍ଷମତାକୁ ଆଡ଼କୁ ସଂକେତ ଦେଉଛି । ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇବା ସହିତ ସେମାନଙ୍କର ଛୋଟ ଛୋଟ ବ୍ୟବସାୟକୁ ପ୍ରୋତ୍ସାହନ ଦିଆଯାଉଛି ।

Get real time updates directly on you device, subscribe now.