fbpx

ଗୋଟିଏ ଦିନରେ Google Payରୁ ଏତିକି ଟଙ୍କା ଟ୍ରାନ୍ସଫର କରିପାରିବେ ଆପଣ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ଯେବେଠୋରୁ ନୋଟବନ୍ଦୀ ହୋଇଥିଲା, ସେବେଠାରୁ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟକୁ ବିକଳ୍ପ ଭାବେ ଚୟନ କରିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ଏବେ କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ୟୁପିଆଇ ଜରିଆରେ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ଆଜିକାଲି ଲୋକମାନେ Bhim, Google Pay, Phone Pe, Paytm ଭଳି ଆପ୍ ଜରିଆରେ ଛୋଟଠାରୁ ଆରମ୍ଭ କରି ବଡ଼ ପେମେଣ୍ଟ କରୁଛନ୍ତି ।

ଅଧିକାଂଶ ଲୋକେ ଏହାକୁ ନିଜ ଦୈନନ୍ଦିତ ଜୀବନରେ ବ୍ୟବହୃତ ଛୋଟ ଛୋଟ ପେମେଣ୍ଟ ପାଇଁ ବ୍ୟବହାର କରିଥାନ୍ତି ତ କେତେକ ଲୋକେ ବଡ଼ ପେମେଣ୍ଟସ ପାଇଁ ଏହି ଆପ ବ୍ୟବହାର କରିଥାନ୍ତି । ଯଦି ଆପଣ ମନରେ ପ୍ରଶ୍ନ ଆସୁଛି , Google Pay ମାଧ୍ୟମରେ ଗୋଟିଏ ଦିନରେ କେତେଟଙ୍କା ଟ୍ରାନ୍ସଫର କରିପାରିବେ, ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର…

-Google Pay, Phone Pe ଓ Paytm ଭଳି ଆପ୍ ଜରିଆରେ ଆପଣ ୧,୦୦,୦୦୦ ଟଙ୍କା ଟ୍ରାନ୍ସଫର କରିପାରିବେ ।

-ସମସ୍ତ ୟୁପିଆଇ ଆପରେ ୧୦ରୁ ଅଧିକଥର ଟଙ୍କା ପଠାଯାଇପାରିବ ।

-ୟୁଜରଙ୍କ ବ୍ୟାଙ୍କ ଓ Google ପାଇଁ ଲିମିଟ୍ସ ଅଲଗା ଅଲଗା ହୋଇପାରେ ।

-ଏପରି ପରିସ୍ଥିତିରେ ଆପଣ ଅଧିକ ଟଙ୍କା ପଠାଇବାକୁ ଆଗାମୀ ଦିନ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.