fbpx

ଟଳିପଡ଼ିଲେ ୬୫ ଜଣ, ଆକାଶରୁ ପଡ଼ିଲା ବଜ୍ର; ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଉତ୍ତରପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାଜସ୍ଥାନରେ ୨୦ଜଣ ଓ ମଧ୍ୟପ୍ରଦେଶରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ ରାଜସ୍ଥାନ ରାଜଧାନୀରେ ଜୟପୁରରେ ପ୍ରବଳ ବର୍ଷା ହେଉଥିବାବେଳେ ଲୋକମାନେ ଏକ ୱାଚ ଟାୱାରରେ ସେଲଫି ନେବାରେ ବ୍ୟସ୍ତ ଥିଲେ । ବଜ୍ରପାତ ସମୟରେ ଆମେର ପାଲେସ ସମ୍ମୁଖ ୱାଚ ଟାୱାର ଓ ଦୁର୍ଗରେ ୨୭ ଜଣ ଉପସ୍ଥିତ ଥିବା କୁହାଯାଉଛି । ଆତଙ୍କିତ ଅବସ୍ଥାରେ ଟାୱାରରୁ ଡେଇଁପଡ଼ିବା ପରେ ଅନେକ ଆହତ ହୋଇଥିଲେ । ତେବେ ପର୍ଯ୍ୟଟକ ସେଲଫି ନେଉଥିବାବେଳେ ବଜ୍ରପାତ ହୋଇଥିବା ରିପୋର୍ଟ ରହିଛି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.