fbpx

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା FLN କ୍ଲାସ: ପ୍ରଥମ ଶ୍ରେଣୀରୁ ଶିକ୍ଷାରେ ନିପୁଣତା ହାସଲ କରିବେ ଛାତ୍ରଛାତ୍ରୀ

ଓଡ଼ିଶା ଭାସ୍କର: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଆଉ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ FLN କ୍ଲାସର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁଥିରେ ପ୍ରାଥମିକ ସ୍ତରରୁ ସାଧାରଣ ଜ୍ଞାନ, ଭାଷା ସାହିତ୍ୟ ଓ ଗଣିତ ଶିକ୍ଷାରେ ଦକ୍ଷତା ହାସଲ କରିବେ ଶିକ୍ଷାର୍ଥୀ। ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୨୭ଟି ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି।

 FLN ଅର୍ଥାତ ଫଣ୍ଡାମେଣ୍ଟାଲ ଲିଟେରାସି ଆଣ୍ଡ ନ୍ୟୁମେରିସି:-

ଏହି ନୂତନ ଶିକ୍ଷା ପଦ୍ଧତି FLN କ୍ଲାସ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଶିକ୍ଷାରେ ନିପୁଣତା ହାସଲ କରିବେ ଛାତ୍ରଛାତ୍ରୀ । ଏଥିରେ ହାଇଟେକ କ୍ଲାସରୁମ ସାଙ୍ଗକୁ ସ୍କୁଲ ପାରିପାର୍ଶ୍ଵର ବିକାଶ କରାଯାଉଛି। ସେହିପରି ଶିକ୍ଷଣୀୟ ସାମଗ୍ରୀ ଦ୍ୱାରା ଶିକ୍ଷାଦାନ ଦିଆଯାଉଛି। ତେବେ ଛାତ୍ରଛାତ୍ରୀଙ୍କୁ FLN ପଦ୍ଧତିରେ ଅଧିକ ଶିକ୍ଷିତ କରିବା ପାଇଁ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଏଥିପାଇଁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୨୭ଟି ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି। ଏହି ପଦ୍ଧତି ଦ୍ୱାରା ପିଲାଙ୍କ ସାମାଜିକ, ସାହିତ୍ୟ, ବିଜ୍ଞାନ ତଥା ଗଣିତ ଜ୍ଞାନ ସୁଦୃଢ ହେବ। ଯାହାଙ୍କ ଉଚ୍ଚ ଶିକ୍ଷା ପାଇଁ ବହୁ ଉପଯୋଗୀ ବୋଲି କୁହାଯାଉଛି।

ବିଶେଷକରି ପିଲାଙ୍କ ସାମାଜିକ, ଭାଷାଶିକ୍ଷା ଓ ଗାଣିତିକ ଜ୍ଞାନର ଦକ୍ଷତାର ଅଭିବୃଦ୍ଧି ପାଇଁ ଏଥିରେ ଧ୍ୟାନ ଦିଆଯାଇଛି । ରଙ୍ଗିନ ଚିତ୍ରକଳାରେ ଶ୍ରେଣୀଗୃହକୁ ସଜାଇ ଆକର୍ଷଣୀୟ ପରିବେଶ ସୃଷ୍ଟି କରାଯାଇଛି । ଏହାସହ ଶିକ୍ଷଣ ସାମଗ୍ରୀ ଭାବେ ବିଭିନ୍ନ ପ୍ରକାରର ପପେଟ, ମାଟି ଖେଳନା, କାର୍ଡ ବୋର୍ଡ, ଅକ୍ଷର ଓ ଶବ୍ଦର ପ୍ଲାକାର୍ଡ, ଚିତ୍ରକଳା ମାଧ୍ୟମରେ ଗଳ୍ପ, ନାଚ ଗୀତ ଆଦି ଦ୍ୱାରା ପିଲାଙ୍କୁ ଶିକ୍ଷିତ କରାଯାଉଛି। ଫଳରେ ସ୍କୁଲ ପ୍ରତି ଆକ୍ରୁଷ୍ଟ ହେଉଛନ୍ତି ଛାତ୍ରଛାତ୍ରୀ।

Get real time updates directly on you device, subscribe now.