fbpx

ଖୋର୍ଦ୍ଧାର ଓରବରସିଂ ପଞ୍ଚାୟତରେ ପଶିଲା ବନ୍ୟା ଜଳ, ଲୋକେ ଭୟଭିତ

ଖୋର୍ଦ୍ଧା, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାରି ମଧ୍ୟରେ ଆଜି ଖୋର୍ଦ୍ଧା ସ୍ଥିତ ଓରବରସିଂ ପଞ୍ଚାୟତରେ ବନ୍ୟାଜଳ ପଶିଛି । ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ଚାଲୁଛି । ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାସହ ବନ୍ୟାଜଳ ପ୍ରବେଶ କରିବା ଫଳରେ ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏନେଇ ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
ଅନ୍ୟପଟେ ହୀରାକୁଦକୁ ୨ଲକ୍ଷ ୮୫ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୩୩ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.