ପାକିସ୍ତାନରେ ହାହାକାର… ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ରେସ୍କ୍ୟୁ ଅପରେଶନ୍ ଜାରି
ବନ୍ୟାରେ ଭାସୁଛି ପାକିସ୍ତାନ । ବୁଡ଼ିଗଲା ଶେହବାଜ ସରିଫଙ୍କ ଦେଶ ।
କରାଚୀ: ପାକିସ୍ତାନରେ ଭିଷଣ ବନ୍ୟା । ବର୍ତ୍ତମାନ ସୁଦ୍ଧା ୩୨୦ ଜଣଙ୍କ ମୃତ୍ୟୁ ଘଟିସାରିଥିବାବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ରେସ୍କ୍ୟୁ ଅପରେଶନ୍ ଜାରି ରହିଛି ।
ଶତାଧିକ ଲୋକ ନିଖୋଜ ଥିବା ମଧ୍ୟ କୁହାଯାଉଛି । ୪୮ ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଛନ୍ତି ।
ଅଧିକାଂଶ ଲୋକଙ୍କ ମୃତ୍ୟୁ ଘର କାନ୍ଥ ଭୁଷୁଡ଼ି ହୋଇଥିବା କୁହାଯାଉଛି । ଲୋକମାନଙ୍କ ଉଦ୍ଧାର କାର୍ଯ୍ୟରେ ୨୦୦୦ରୁ ଅଧିକ ରେସ୍କ୍ୟୁ ଟିମ୍ କାମ କରୁଥିବା କୁହାଯାଉଛି ।
ଭିଷଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବନ୍ୟା ପାଇଁ ଲୋକଙ୍କ ପ୍ରାଣହାନୀ ଘଟିଥିବା କୁହାଯାଉଛି । ରାସ୍ତାଗୁଡ଼ିକ ଧୋଇ ହୋଇଯାଇଥିବାବେଳେ କୋଠା ଘର ସବୁ ପାଣିରେ ବୁଡ଼ି ଯାଇଛି ।
ବନ୍ୟା ଜଳରେ ବସ୍ ଏବଂ ବଡ଼ ବଡ଼ ଗାଡ଼ି ସବୁ ଭାସିଯିବା ସହ କିଛି ସ୍ଥାନରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।
ସରକାରଙ୍କ ରିପୋର୍ଟ ମୁତାବକ, ଅନୁସାରେ ପାହାଡ଼ି ଇଲାକା ବୁରେନ୍, ବାଜାଉର ସ୍ୱାତ, ସାଙ୍ଗଲାରେ ବନ୍ୟା ଯୋଗୁଁ ବିଶେଷ କ୍ଷତି ହୋଇଛି ।