fbpx

(Video) ତିଗିରିଆ ବ୍ଲକରେ ମହାନଦୀର ବନ୍ଧରେ ସୃଷ୍ଟି ହେଲା ବଡ଼ ଘାଇ: ବାଲିବସ୍ତା ପକାଇବାରେ ଲାଗିଛନ୍ତି ଲୋକେ

ଆଠଗଡ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ମହାନଦୀରେ ବନ୍ୟା ପରେ ଆଠଗଡ ଅଞ୍ଚଳରେ ଅଧିକାଂଶ ଅଞ୍ଚଳ ବାହ୍ୟଜଗତରୁ ବିିଚ୍ଛିନ୍ନ ହୋଇଛି । ତିଗିରିଆ ବାଡନାଉଫୁଟ ପଞ୍ଚାୟତ ବାହାବିଲୁଆ ମହାନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଘାଇ ସୃଷ୍ଟି ହେବା ପରେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି ।

ସ୍ଥାନୀୟ ଲୋକେ ବାଲିବସ୍ତା ପକାଇ ଘାଇ ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି । ବର୍ତ୍ତମାନ ଆଖପାଖ ଅଞ୍ଚଳର ୧୦ରୁ ଅଧିକ ପଞ୍ଚାୟତ ବନ୍ୟା ଘେରରେ ରହିଛି । ରଘୁରାମପୁର, ଗୋପାଳପୁର, ଖଣ୍ଡହତା, ବଡନାଉଫୁଟ ଭଳି ୨୦ରୁ ଅଧିକ ଗାଁକୁ ଯାତାୟାତ ବନ୍ଦ ରହିଛି ।

Get real time updates directly on you device, subscribe now.