fbpx

ମୁଣ୍ଡୁଳିରେ ୧୦ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହୋଇଛି । ତେଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରୁ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାରେ ଲାଗିଛି । ଗେଟ୍ ଖୋଲାଯିବା ପରେ ମୁଣ୍ଡୁଳିରେ ୧୦ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡୁଳି ବନ୍ୟା ଜଳ ସମୁଦ୍ରରେ ପହଞ୍ଚିବାକୁ ୧୨ରୁ ୧୫ ଘଣ୍ଟା ଲାଗିବ । ଲଘୁଚାପ ବର୍ଷା ପାଇଁ ବନ୍ୟା ଭଳି ସ୍ଥିତି ଉପୁଜିଛି । ଅନ୍ୟପଟେ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ନଦୀରେ ସୁଧାର ଆସିଛି । ଏହି ସବୁ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ରେଙ୍ଗାଳି ଡ୍ୟାମର ୪ଟିରୁ ୩ଟି ଗେଟ୍ ବନ୍ଦ କରାଯାଇଛି ।

ହୀରାକୁଦର ୪୬ଟି ଗେଟ୍ ଖୋଲା ହୋଇଛି ଓ ଆଉ ୨ଟି ଖୋଲାଯାଇ ପାରେ । ହୀରାକୁଦକୁ ୮ଲକ୍ଷରୁ ଅଧିକ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୭ଲକ୍ଷ ୬୫ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ଟି ଘାଇ ହୋଇଛି । ୩୨ଟି ଘାଇ ମଧ୍ୟରୁ ଯାଜପୁରରେ କେବଳ ୨୪ଟି ଘାଇ ଓ ମହାନଦୀ ସିଷ୍ଟମରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ତେଣୁ ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ୬ଜିଲ୍ଲା ଗୁଡ଼ିକ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ । ବିଭିନ୍ନ ଅଞ୍ଚଳରେ ଥିବା ୫୦୦ଟି ଘଳିଆକୁ ମରାମତି କରାଯାଇଛି । ଯେକୌଣସି ପରିସ୍ଥିତି ସମ୍ମ୍ୁଖୀନ ପାଇଁ ଅଧିକାରୀ ସତର୍କ ରହିଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Get real time updates directly on you device, subscribe now.