-
World 144,265,003
WorldConfirmed: 144,265,003Active: 18,467,450Recovered: 122,731,340Death: 3,066,213 -
USA 32,583,792
USAConfirmed: 32,583,792Active: 6,849,612Recovered: 25,151,152Death: 583,028 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ମୁମ୍ବାଇ, ୬ା୪ (ଓଡିଶା ଭାସ୍କର) : ବଲିଉଡ୍ ଜଗତରେ ତିଷ୍ଠି ରହିବା ପାଇଁ ଷ୍ଟ୍ରଗଲର୍ସ ମାନେ ବହୁ ପ୍ରକାର ଚେଷ୍ଟା କରନ୍ତି । ହେଲେ କିଛି ଷ୍ଟ୍ରଗଲର୍ସଙ୍କୁ ସୁହାଇଲା ପରି ଭୂମିକା ମିଳିପାରୁନି ତ ଆଉ କିଛି ଆକ୍ଟିଂରେ ଦୁର୍ବଳ । ତେବେ ଏହା ଭିତରେ ବହୁ ପ୍ରସିଦ୍ଧ ଅଭିନେତାଙ୍କ ପୁଅ ଝିଅ ମାନେ ମଧ୍ୟ ବଲିଉହ୍ ରେ ତିଷ୍ଠି ରହିବାରେ ବିଫଳ ହୋଇଛନ୍ତି । ସିନେମା ଇତିହାସରେ ଏମିତି ଅନେକ ଷ୍ଟାର୍ ଅଛନ୍ତି ଯେଉଁମାନେ ବଲିଉଡ୍ ରେ ବହୁ ନାଁ କମାଇଛନ୍ତି । କିନ୍ତୁ ସେମାନଙ୍କୁ ପୁଅ ଝିଅ ମାନେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛନ୍ତି । ଯଦି ଚାନ୍ସ ମିଳିବା କଥା କହିବା ତେବେ ସେମାନଙ୍କୁ ନିଜର ଟାଲେଣ୍ଟ ସୋ କରିବା ପାଇଁ ଅନେକ ସୁଯୋଗ ମିଳିଛି ହେଲେ ସେମାନେ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ଦର୍ଶକ ମାନେ ମଧ୍ୟ ସେମାନଙ୍କୁ ନାପସନ୍ଦ କରିଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ଫ୍ଲପ୍ ଆକ୍ଟରଙ୍କ ବିଷୟରେ ।
ଫରଦୀନ ଖାନ୍
ଫରଦୀନ ହେଉଛନ୍ତି ପ୍ରସିଦ୍ଧ ତଥା ମଶହୁର୍ ଅଭିନେତା ଫିରୋଜ ଖାନ୍ ଙ୍କ ପୁଅ । ଫିରୋଜ୍ ଖାନ୍ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି । ସେଥିମଧ୍ୟରେ “କୁର୍ବାନୀ’,”ୟଲଗାର୍’, “ଗୀତା ମେରା ନାମ୍’ ଭଳି ଫିଲ୍ମ ସାମିଲ୍ ରହିଛି । ତେବେ ଫିରୋଜ୍ ଖାନ୍ ଙ୍କ ପୁଅ ଫରଦୀନ ଖାନ୍ ଷ୍ଟାରକିଡ୍ ହୋଇଥିବାରୁ ବଲିଉଡ୍ ରେ ସୁଯୋଗ ମିଳିଥିଲା । ତାଙ୍କ ବାପା ତାଙ୍କୁ ଲଞ୍ଚ କରିଥିଲେ । କିନ୍ତୁ ଫରଦୀନ ନିଜ ବାପାଙ୍କ ପରି ସଫଳ ହୋଇପାରିନଥିଲେ । ସେ ୯୦ ଦଶକର ଫିଲ୍ମ “ପ୍ରେମ ଅଗନ’ ମୁଭିରୁ ଡେବ୍ୟୁ କରିଥିଲେ । ତେବେ ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଆୱାର୍ଡ ମଧ୍ୟ ମିଳିଥିଲା । ଏହାପରେ ସେ “ଲଭ୍ କେଲିୟେ କୁଛ୍ ଭି କରେଗା’, “ଓମ୍ ଜୟ ଜଗଦୀଶ’, “ହେ ବେବୀ’ ଏବଂ “ଅଲ ଦ ବେଷ୍ଟ’ ଭଳି ଫିଲ୍ମ କରିଥିଲେ ।
ସରଫରାଜ୍ ଖାନ୍
ବଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନେତା ତଥା ଡାଇଲଗ୍ ରାଇଟର କାଦର୍ ଖାନ୍ ଙ୍କ ପୁଅ ହେଲେ ସରଫରାଜ୍ ଖାନ୍ । ସେ ମଧ୍ୟ ବାପାଙ୍କ ଅଭିନୟରେ ଅନୁପ୍ରାଣିତ ହୋଇ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ହେଲେ ତାଙ୍କୁ ଏକ ହିରୋ ରୁପରେ ଦର୍ଶକ ଗ୍ରହଣ କରିପାରିନଥିଲେ । କେବଳ ପାଶ୍ୱର୍ ଅଭିନେତା ହୋଇ ରହିଗଲେ । ସଲମାନ୍ ଖାନ୍ ଙ୍କ ସହ ସରଫରାଜ୍ “ତେରେ ନାମ୍’, “ୱାଣ୍ଟେଡ୍’ ଭଳି ଫିଲ୍ମରେ ନଜର ଆସିଥିଲେ ।
ସିକନ୍ଦର ଖେର୍
ଅଭିନେତା ଅନୁପମ୍ ଖେର୍ ଆଜି ବି ନିଜ ଦମଦାର୍ ଅଭିନୟ ପାଇଁ ବଲିଉଡ୍ରେ ରାଜ୍ କରୁଛନ୍ତି । ତାଙ୍କ ଷ୍ଟାରଡମ୍ କୌଣସି ସୁପରଷ୍ଟାର୍ ଠାରୁ କମ୍ ନୁହେଁ । ତାଙ୍କ ପୁଅ ହେଉଛନ୍ତି ସିକନ୍ଦର ଖେର୍ । ତେବେ ସିକନ୍ଦର୍ଙ୍କ ଫିଲ୍ମ କ୍ୟାରିୟର୍ କିଛିଟା ଖାସ୍ ନୁହେଁ । ୨୦୦୮ରେ ତାଙ୍କର ଏକ ଫିଲ୍ମ ଆସିଥିଲା । ଯାହା ସୁପର୍ ଫ୍ଲପ୍ ହୋଇଥିଲା । ତାପରଠାରୁ ସେ ଫିଲ୍କ ଦୁନିଆରୁ ଦୁରେଇ ଯାଇଥିଲା ।
ମହାକ୍ଷୟ ଚକ୍ରବର୍ତ୍ତୀ
ହିନ୍ଦୀ ସିନେମାର ଟାଲେଣ୍ଟଡ୍ ଅଭିନେତା ତଥା ନୃତ୍ୟଶିଳ୍ପୀ ମିଥୁନ୍ ଚକ୍ରବର୍ତ୍ତୀ ନିଜର ଏକ ସ୍ୱତନ୍ତ୍ର ଅନ୍ଦାଜ୍ ପାଇଁ ବଲିଉଡ୍ ରେ ତିଷ୍ଠି ପାରିଛନ୍ତି । ତାଙ୍କୁ ଏକ ସଚ୍ଚା ଆକ୍ଟର ତଥା ଡାନ୍ସର ଭାବରେ ସମସ୍ତେ ଜାଣନ୍ତି । ସେ ମଧ୍ୟ ଅନେକ ହିଟ୍ ମୁଭି ଦେଇଛନ୍ତି । ହେଲେ ତାଙ୍କ ପୁଅ ମହାକ୍ଷୟଙ୍କ କ୍ୟାରିୟର୍ କିଛି ଖାସ୍ ନାହିଁ । ତାଙ୍କୁ ଫିଲ୍ମ “ହଣ୍ଟେଡ୍’ ରେ ଦେଖିବାକୁ ମିଳିଥିଲା । ତାହା ଏକ ହରର୍ ଥ୍ରୀଲର୍ ମୁଭି ଥିଲା । ତାପରେ ସେ ଆଉ କୌଣସି ହିଟ୍ ଫିଲ୍ମ ଦେଇନାହାନ୍ତି ।
Comments are closed.