fbpx

ରାସ୍ତା ମଝିରେ ସୁମଧୁର ବଂଶୀ ବଜାଇ ସମସ୍ତଙ୍କ ଦିଲ୍ ଜିତିନେଲେ ପୋଲିସ କନଷ୍ଟେବଳ, ଦେଖନ୍ତୁ Video

Advertisement

ନୂଆଦିଲ୍ଲୀ: ଆଜିକାଲି ଶହ ଶହ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । କେଇ ସେକେଣ୍ଡ ବା ମିନିଟର ଭିଡିଓ ପାଇଁ କିଛି ଲୋକ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି । ଏପରିକି ବହୁଲୋକଙ୍କର ଭାଗ୍ୟ ବଦଳାଇ ଦେଉଛି ସୋସିଆଲ ମିଡ଼ିଆ । ତେବେ ଏହି କ୍ରମରେ ଜଣେ ପୋଲିସ କନଷ୍ଟେବଳ ବଂଶୀ ବଜାଇ ସମସ୍ତଙ୍କର ଦିଲ୍ ଜିତି ନେଇଛନ୍ତି ।

ମୁମ୍ବାଇ ପୋଲିସର ଜଣେ କନେଷ୍ଟବଳଙ୍କ ବଂଶୀ ବଜାଉଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବଂଶୀର ସୁମଧୁର ଧୂନରେ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି ଏହି କନଷ୍ଟେବଳ ଭାଇ । କନଷ୍ଟେବଳ ଜଣଙ୍କ ରାସ୍ତା ମଝିରେ ବଂଶୀ ବଜାଉଥିବାର ଭିଡିଓ ଦେଖିବା ପରେ ଯେ କେହି ବି ପ୍ରଶଂସା ନ କରି ରହିପାରୁ ନାହାନ୍ତି ।

କନଷ୍ଟେବଳ ଭାଇ ଜଣଙ୍କ ୧୯୯୭ରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ବର୍ଡର’ର ‘ସନ୍ଦେଶେ ଆତେ ହୈ’ ଗୀତ ଗାଉଥିବାର ଶୁଣାଯାଇଥିଲା । ଟ୍ୱିଟରରେ ଏହି ଭିଡିଓଟି ଭାଇରାଲ ହେବାରେ ପରେ ତା’ର ମ୍ୟୁଜିକାଲ ପରଫର୍ମାନ୍ସକୁ ସମସ୍ତେ ବହୁତ ପସନ୍ଦ କରିଥିଲେ । ବଂଶୀର ସୁମଧୁର ସ୍ୱରରେ ମତୁଆଲା ହେବା ପରେ ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିଲେ । କନେଷ୍ଟବଳ ଭାଇ ରାସ୍ତା ମଝିରେ ଏକ ଚୌକିରେ ବସି ବଂଶୀ ବଜାଉଥିବା ବେଳେ ଅନ୍ୟ ପୋଲିସ କର୍ମଚାରୀମାନେ ପାଖରେ ଠିଆ ହୋଇଥିବାର ଦେଖାଯାଇଥିଲା ।

Get real time updates directly on you device, subscribe now.