fbpx

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ଟିକେଟ୍ ବୁକିଂର ନିୟମ ବଦଳାଇଲା IRCTC

ନୂଆଦିଲ୍ଲୀ: ଯଦି ଆପଣ ସବୁବେଳେ ଟ୍ରେନରେ ଯାତ୍ରା କରୁଛନ୍ତି ଓ ଏଥିପାଇଁ ଆପଣ ଅନଲାଇନରେ ଟିକେଟ୍ ବୁକିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର । ଆଇଆରସିଟି ପକ୍ଷରୁ ଆପ୍ ଓ ୱେବସାଇଟ ମାଧ୍ୟମରେ ଟିକେଟ୍ ବୁକିଂ କରିବା ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଲାଗୁ ହେବା ପରେ କୋଟି କୋଟି ଉପଭୋକ୍ତାଙ୍କୁ ନିଜ ନିଜର ଆକାଉଣ୍ଟ ଯାଞ୍ଚ କରିବାକୁ ପଡିବ ।

ଭାରତୀୟ ରେଳର ସହଯୋଗୀ କମ୍ପାନୀ ଆଇଆରସିଟିସି ଦ୍ୱାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ, ଉପଭୋକ୍ତାଙ୍କୁ ଟିକେଟ ବୁକ୍ କରିବା ପୂର୍ବରୁ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଭେରିଫିକେସନ କରିବାକୁ ପଡିବ । ଏବେ ଇ-ମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଭେରିଫିକେସନ ବିନା ଅନଲାଇନ୍ ଟିକେଟ୍ ବୁକ୍ ହୋଇପାରିବ ନାହିଁ ।

ଏହି ପରିବର୍ତ୍ତନ ସେହି ଯାତ୍ରୀମାନଙ୍କ ପାଇଁ ଲାଗୁ ହେବ, ଯେଉଁମାନେ କରୋନା ମହାମାରୀ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ କରିନାହାଁନ୍ତି । ଯଦି ଆପଣ ମଧ୍ୟ ଦୀର୍ଘ ସମୟ ପାଇଁ ଟିକେଟ୍ କରିନାହାଁନ୍ତି, ତେବେ ପ୍ରଥମେ ଭେରିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ । ତେବେ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଭେରିଫିକେସନ ବହୁତ ସରଳ । ଏହା କରିବା ଦ୍ୱାରା ଆପଣଙ୍କୁ ଟିକେଟ୍ ବୁକିଂ କରିବାରେ କୌଣସି ଅସୁବିଧା ହେବନି ।

ମୋବାଇଲ୍ ନମ୍ବର ଏବଂ ଇମେଲର କିପରି କରିବେ ଭେରିଫିକେସନ:-

-ଆଇଆରସିଟିସି ଆପ୍ କିମ୍ବା ୱେବସାଇଟକୁ ଯାଆନ୍ତୁ ଏବଂ ଭେରିଫିକେସନ ୱିଣ୍ଡୋରେ କ୍ଲିକ୍ କରନ୍ତୁ ।
-ଏଠାରେ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଏଣ୍ଟର କରନ୍ତୁ ।
-ଉଭୟ ସୂଚନା ଏଣ୍ଟର କରିବା ପରେ ଭେରିଫିକେସନ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
– ଭେରିଫିକେସନ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ମୋବାଇଲକୁ ଓଟିପି ଆସିଯିବ । ଏହାକୁ ଏଣ୍ଟର କରି ମୋବାଇଲ ନମ୍ବର Verify କରନ୍ତୁ ।
– ଏହିପରି ଇ-ମେଲ୍ ଆଇଡି ଉପରେ ଆସିଥିବା କୋଡକୁ ଲାଗୁ କରିବା ପରେ ଆପଣଙ୍କ ମେଲ୍ ଆଇଡି Verify ହୋଇଯିବ ।
-ଏବେ ଆପଣ ନିଜ ଆକାଉଣ୍ଟରୁ ଯେକୌଣସି ଟ୍ରେନ୍ ପାଇଁ ଅନଲାଇନରେ ଟିକେଟ୍ ବୁକ୍ କରିପାରିବେ ।

Get real time updates directly on you device, subscribe now.