fbpx
BJD SKY
BJD SKY

ହିଟୱେଭରେ ତରଳିଲା ବରଫ ପାହାଡ: ବନ୍ୟାରେ ଭାସିଗଲା ହସନାବାଦ୍ ବ୍ରିଜ୍, ଦେଖନ୍ତୁ ଭିଡିଓ

BJD

ନୂଆଦିଲ୍ଳୀ: ପରିବେଶ ପରିବର୍ତ୍ତନ ବର୍ତ୍ତମାନ ସମୟର ଏକ ବଡ ସମସ୍ୟା ପାଲଟିଛି । ଏହି କାରଣରୁ ସମଗ୍ର ବିଶ୍ୱର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ ପାକିସ୍ତାନରେ ତରଳିଛି ଏକ ବରଫ ପାହାଡ । ବରଫ ପାହାଡଟି ତରଳିବା ସହିତ ଆଣିଛି ପ୍ରଳୟଙ୍କାରୀ ବନ୍ୟା । ଆଉ ବନ୍ୟାରେ ଭାସି ଯାଇଛି ଏକ ବୃହତ ବ୍ରିଜ୍ ।

ବ୍ରିଜଟି ବନ୍ୟାରେ ଭାସି ଯାଇଥିବା ବେଳେ ସିସିଟିଭିରେ କଏଦ ହୋଇଥିଲା ଏହି ଦୃଶ୍ୟ । ସୌଭାଗ୍ୟ ବଶତଃ ଏହି ଘଟଣା ଘଟିବା ସମୟରେ ବ୍ରିଜ୍ ଉପରେ କେହିବି ଉପସ୍ଥିତ ନଥିଲେ । ଏହି ଘଟଣାର ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ପାକିସ୍ତାନୀ ସଂଘୀୟ ମନ୍ତ୍ରୀ ତଥା ସିନେଟର ଶେରୀ ରେହମାନ୍ । ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରିଥିଲେ ।

ଉକ୍ତ ଘଟଣା ଘଟିବା ସମୟରେ କିଛି ଲୋକ ଭିଡିଓ ଉତ୍ତୋଳନ କରୁଥିବା ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି । ପାକିସ୍ତାନରେ ହିଟ୍ ୱେଭ୍ କାରଣରୁ ତାପମାତ୍ରା ଅସହ୍ୟ ଭାବରେ ବଢିବାରେ ଲାଗିଛି ଏବଂ ଏହି କାରଣରୁ ବନ୍ୟା ଆସି ଏଭଳି ଦୁର୍ବିସହ ପରସ୍ଥିତି ସୃଷ୍ଟି ହୋଇଛି ବୋଲି ଶେରୀ କହିଛନ୍ତି ।

Get real time updates directly on you device, subscribe now.