FM କଲେଜ୍ ଛାତ୍ରୀ ଆତ୍ମଦାହ ଘଟଣା, ଯୁଆଡ଼େ ଗଲେ ନାଁ ପକାଉଥିଲେ ଅଭିଯୁକ୍ତ ସମୀର ସାର୍
ଚମ୍ପୁଆ କଲେଜରେ ବି କରିଛନ୍ତି କାରନାମା। ଖାଲି ଛାତ୍ରୀଙ୍କୁ ପ୍ରାଧାନ୍ୟ ଦେଉଥିଲେ ସମୀର ସାହୁ। ଖୋଲୁଛି ରସିକିଆ ସମୀର ସାରଙ୍କ ଗୁମର।
ବାଲେଶ୍ୱର: ବାଲେଶ୍ୱର FM କଲେଜ୍ ଛାତ୍ରୀ ଆତ୍ମଦାହ ଘଟଣା। ଅଭିଯୁକ୍ତ ସମୀର ସାରଙ୍କର ଗୋଟେ ପରେ ଗୋଟେ ଖୋଲୁଛି ପୋଲ୍। ଯୁଆଡ଼େ ଯାଉଥିଲେ ସିଆଡ଼େ ନିଜର ଖରାପ ଚରିତ୍ରକୁ ପ୍ରଦର୍ଶନ କରୁଥିଲେ।
ଅର୍ଥାତ୍ ପୂର୍ବରୁ ମଧ୍ୟ ଯେତେବେଳେ ଚମ୍ପୁଆ କଲେଜରେ ଥିଲେ ସେତେବେଳେ ବି ସେ ସେହି କଲେଜରେ କାରନାମା କରିଥିଲେ। ଏକଥା ଆମେ କହୁନାହୁଁ, ଏପରି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ଛାତ୍ର।
ସବୁବେଳେ ଝିଅମାନଙ୍କୁ ପ୍ରାଧାନ୍ୟ ଦେଉଥିଲେ ସମୀର ସାର୍। ସବୁ ନାଟର ଗୋବର୍ଦ୍ଧନ ସମୀର ସାର୍। ହଁ ଆଜ୍ଞା ଯେଉଁ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁକୁ ଗିରଫ କରାଯାଇଛି, ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପିଡୀତା ଜଣକ ସେହି ଅଧ୍ୟାପକଙ୍କ ବିଷୟରେ ଏମିତି ଅନେକ ତଥ୍ୟ ସାମ୍ନାକୁ ଆସୁଛି ଯେଉଁ ତଥ୍ୟ ଆପଣଙ୍କ ହୋସ୍ ଉଡ଼ାଇ ଦେବ।
ଚର୍ଚ୍ଚିତ ସାରଙ୍କ ବିରୋଧରେ ରହିଛି ମାଳମାଳ ଅଭିଯୋଗ। ଆଉ ଯୁଆଡ଼େ ବି ଯାଉଥିଲେ ସିଆଡ଼େ ନାଁ ପକାଉଥିଲେ ସମୀର ସାର୍। ତାଙ୍କ ବିରୋଧରେ ଏମିତି ଅନେକ ଅଭିଯୋଗ ଏବେ ସାମ୍ନାକୁ ଆସୁଛି।
କେବଳ FM କଲେଜର ଏ ଘଟଣା ନୁହେଁ, ଏହା ପୂର୍ବରୁ ସେ ଯେଉଁ କଲେଜରେ ଥିଲେ ସେଠାରେ ମଧ୍ୟ ତାଙ୍କ ନାଁରେ ମାଳାମାଳା ଅଭିଯୋଗର ଚିଠା ରହିଛି। ସେ କେବଳ ନିଜେ ଚର୍ଚ୍ଚିତ ହେଉ ନଥିଲେ ବରଂ ସେ ଯେଉଁ କଲେଜକୁ ଯାଉଥିଲେ ସେହି କଲେଜକୁ ମଧ୍ୟ ବିବାଦ ଘେରକୁ ଟାଣି ଆଣୁଥିଲେ।
ସେ ଭୁବନ ପରେ ଚମ୍ପୁଆ ଆଉ ଶେଷରେ ବାଲେଶ୍ୱର କଲେଜରେ ଚାକିରି ପାଇଥିଲେ। ଆଉ ଏହି ତିନୋଟି ଯାକ କଲେଜରେ ସେ ସମାନ ଢ଼ଙ୍ଗରେ ଛାତ୍ରୀମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।
ଯଦି ଦେଖିବା ସମୀର ସାର୍ ପ୍ରଥମେ ତାଙ୍କର ତାକିରି କ୍ୟାରିୟର ଆରମ୍ଭ କରିଥିଲେ କେନ୍ଦ୍ରାପଡ଼ାରୁ। ସେ ୨୦୧୫ରୁ ୨୦୧୭ ଯାଏଁ କେନ୍ଦ୍ରୀପଡ଼ାରେ ଚାକିରି କରିଥିଲେ। ବାଲିଆ ଡିଆଇଇଟିରେ ସେ ଶିକ୍ଷକତା କରୁଥିଲେ।
୨ ବର୍ଷ ଧରି ସେ ସହକାରୀ ଶିକ୍ଷକ ଥିଲେ। ସେଠାରେ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଆସିଥିଲା। ହେଲେ ପ୍ରଭାବ ଦେଖାଇ ଅନେକ ସମୟରେ ଚାପି ଦେଉଥିଲେ ଏ କାର୍ନାମା ଗୁଡିକୁ। ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିଲେ ସମୀର ସାହୁ।