fbpx

ରାତିରେ ତ୍ୱଚାରେ ଲଗାନ୍ତୁ ଏହି ଜିନିଷ, ବ୍ରଣ ମୁକ୍ତ ହେବ ଚେହେରା

ସାଧାରଣତଃ ତରୁଣୀମାନେ ସୁନ୍ଦର ଦିଶିବା ପାଇଁ ଓ ଚେହେରାରେ ବ୍ରଣ ନହେବା ପାଇଁ ମୁହଁରେ କେତେ କଣ କ୍ରିମର ବ୍ୟବହାର କରିଥାନ୍ତି । କିନ୍ତୁ ବଜାରରେ ମିଳୁଥିବା କ୍ରିମର ରାସାୟନିକ ପଦାର୍ଥ ମିଶିଥିବାରୁ ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିଥାଏ । ତେଣୁ ଘରୋଇ ଉପଚାର ବ୍ୟବହାର କରନ୍ତୁ । ଏଥିରେ କୌଣସି ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିନଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ଉଜ୍ଜ୍ୱଳା ତ୍ୱଚା ପାଇବା ।

ରାତିରେ ଶୋଇବା ପୂର୍ବରୁ ଭଲ ଭାବେ ବିଶୁଦ୍ଧ ଜଳରେ ମୁହଁ ଧୁଅନ୍ତୁ । କାରଣ ମୁହଁରେ ମେକଅପ ରଖି ଶୋଇଲେ ଏହା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ । ବ୍ରଣ ମଧ୍ୟ ଉଠିଥାଏ ।


ଶୋଇବା ପୂର୍ବରୁ ହଳଦୀ ଓ ବେସନ ପାଣିରେ ପକେଇ ଏକ ପେଷ୍ଟ ବନାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ ।


ସେହିପରି କଞ୍ଜା ଖିରରେ ଲୁଣ ପକାଇ ମୁହଁଲେ ଲଗାନ୍ତୁ । ତ୍ୱଚା ଉଜ୍ଜ୍ୱଳ କରିବାରେ ଏହା ସହାୟକ ହୋଇଥାଏ । କାରଣ ଲୁଣ ଓ ଖିର କଳାଦାଗ ହଟାଇବା ରେ ସାହାଯ୍ୟ କରିଥାଏ ।
ମୁହଁରେ ଗୋଲାପ ଜଳ ଲଗାନ୍ତୁ ଓ ସେହିପରି ମହୁ ମଧ୍ୟ ଲଗାଇଲେ ତ୍ୱଚା ବ୍ରଣ ମୁକ୍ତ ହୋଇଥାଏ । ଆପଣଙ୍କ ମୁହଁ ଉଜ୍ଜ୍ୱଳ ଦେଖାଯାଇଥାଏ । ଏହାସହ ପ୍ରତିଦିନ ଭରପୂର ପାଣି ପିଅନ୍ତୁ । ସକାଳୁ ଉଠି ଖାଲିପେଟରେ ଅଳ୍ପ ଉଷୁମ ଥିବା ପାଣି ସେବନ କରନ୍ତୁ ।

Get real time updates directly on you device, subscribe now.