fbpx

ଧନ ଲାଭ ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ: ହେବନାହିଁ ଅସୁବିଧା…

ଘର, ସମସ୍ତେ ନିଜର ଏକ ସୁନ୍ଦର ଘର ପାଇଁ ସ୍ୱପ୍ନ ଦେଖିଥାନ୍ତି । ଯାହାକୁ ସେ ନିଜେ ସଜାଇବେ । ଯେଉଁଠାକୁ ଆସି ସେ ନା କେବଳ ସେ ନିଜର ସବୁ ସମସ୍ୟାକୁ ଭୁଲିଯିବେ, ବରଂ ସୁଖ-ଶାନ୍ତି ଅନୁଭବ କରିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କେବଳ ଘର ତିଆରି କରିନେବା ଜୀବନରେ ସବୁ ସମସ୍ୟାର ଶେଷ ନୁହେଁ । ସେହି ଘରେ ବାସ୍ତୁ ଶାସ୍ତ୍ର ଅନୂଯାୟୀ କେଉଁ ଜିନିଷ କେଉଁଠାରେ ରହିବା ଦରକାର ଏହି କଥାର ଧ୍ୟାନ ମଧ୍ୟ ରଖିବା ବହୁତ ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଏଭଳି ଟିପ୍ସ ବିଷୟରେ ଯାହାଦ୍ୱାରା ଆପଣଙ୍କ ଘରେ ଧନଲାଭ ହୋଇଥାଏ ।

କୌଣସି ଘର ପାଇଁ ଏହାର ମୁଖ୍ୟ ଦ୍ୱାର କେବଳ ବାହାରକୁ ଯିବା-ଆସିବାର ରାସ୍ତା ନୁହେଁ, ବରଂ ସେହି ରାସ୍ତାରେ ସବୁ ପ୍ରକାରର ଉର୍ଜା ଘରେ ପ୍ରବେଶ କରିଥାଏ । ଏଥିପାଇଁ ବାସ୍ତୁ ଶାସ୍ତ୍ର ଅନୂଯାୟୀ ଘରର ମେନ୍ ଗେଟ୍ କୁ ସଫା-ସୁତୁରା ଏବଂ ସ୍ୱଚ୍ଛ ରଖିବା ଆବଶ୍ୟକ ।

ପର୍ପଲ କଲର ଧନକୁ ପ୍ରଦର୍ଶିତ କରିଥାଏ । ଯଦି ଆପଣ ଚାହୁଛନ୍ତି ଯେ ଆପଣଙ୍କ ଘରେ କେବେ ବି ଅର୍ଥର ଅଭାବ ନରହୁ ଏଥିପାଇଁ ଘରକୁ ପର୍ପଲ କଲର କରାଇପାରିବେ । ଯଦି ରଙ୍ଗ କରିବା ସମ୍ଭବ ହେଉନାହିଁ ତେବେ ଆପଣ ପର୍ପଲ ରଙ୍ଗର ଏକ ଫ୍ଲାୱାର ପଟ୍ ରେ ମନି ପ୍ଲାଣ୍ଟ ଲଗାଇପାରିବେ ।

ଆପଣ ଘରେ ଟଙ୍କା ରଖୁଥିବା ଆଲମିରା କିମ୍ବା ଟ୍ରେଜରୀ ସାମ୍ନାରେ ଏକ ଆଇନା ଲଗାନ୍ତୁ । ଏହାଦ୍ୱାରା ଧନ ବଢ଼ିଥାଏ । ଧନହାନିରୁ ବଞ୍ଚିବା ପାଇଁ ଘରର କୌଣସି ପାଇପ୍ କିମ୍ବା ନଳକୁ ଅଧିକ ଦିନ ଖରାପ ରହିବାକୁ ଦିଅନ୍ତୁ ନାହିଁ ।

 

Get real time updates directly on you device, subscribe now.