fbpx

ଭାରତର ଏହି ସ୍ଥାନରେ ଖାଇବା ଓ ରହିବା ସଂପୂର୍ଣ୍ଣ ମାଗଣା, ମିଳୁଛି ଅନ୍ୟାନ୍ୟ ସୁବିଧା!

ନୂଆଦିଲ୍ଲୀ: ସାଧାରଣତଃ ଆମେ ଓଡ଼ିଶା ଛାଡି ଅନ୍ୟ ଯେଉଁ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଉଛୁ ସେଠାରେ ଖାଦ୍ୟ ଏବଂ ରହିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଇଯାଉଛି । କିନ୍ତୁ ଭାରତରେ ଏପରି ପର୍ଯ୍ୟଟନ ସ୍ଥଳୀ ରହିଛି, ଯେଉଁଠାରେ ରହିବା, ଖାଇବା ସଂପୂର୍ଣ୍ଣ ମାଗଣା । ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ..

ଭାରତରେ ଏପରି ବହୁ ଧର୍ମଶାଳା ଏବଂ ଆଶ୍ରମ ରହିଛି ଯେଉଁଠାରେ ରହିବା ପାଇଁ ଆପଣଙ୍କୁ ବିଲକୁଲ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ପ୍ରଥମ ସ୍ଥାନଟି ହେଉଛି ଉତ୍ତର ପ୍ରଦେଶ ସ୍ଥିତ ତିବତୀ ବୈଦ୍ଧିଷ୍ଟ ମୋନେଷ୍ଟ୍ରୀ ସରାନାଥ । ଏହି ଐତିହାତିକ ମୋନେଷ୍ଟ୍ରୀରେ ଗୋଟିଏ ରାତି ରହିବା ପାଇଁ ମାତ୍ର ୫୦ ଟଙ୍କା ଦେବାକୁ ପଡିଥାଏ । ଏହି ମୋନେଷ୍ଟ୍ରୀକୁ ଲାଧନ ଚୋଟରୂଲ ମୋନାଲମ ଚେନମୋ ଟ୍ରଷ୍ଟ ତରଫରୁ ମେଣ୍ଟେନ କରାଯାଏ । ଏହି ମୋନେଷ୍ଟ୍ରୀ ଭଗବାନ ବୁଦ୍ଧଙ୍କର ଏକ ରୂପ ।

ନିଗମାପା ମୋନେଷ୍ଟ୍ରୀ ହିମାଚଳ ସହର ରେୱଲ୍ସର ଲେକ ପାଖେ ଅବସ୍ଥିତ । ଏହି ସୌନ୍ଦର୍ଯ୍ୟ ମୋନେଷ୍ଟ୍ରୀରେ ରହିବା ପାଇଁ ଗୋଟିଏ ଦିନର ଭଡା ୨୦୦ରୁ ୩୦୦ ଟଙ୍କା ଅଛି । ଏହାକୁ ଲାଗି ଏକ ଲୋକାଲ ମାର୍କେଟ ମଧ୍ୟ ଅଛି ଯେଉଁଠାରେ ଆପଣ ସପିଙ୍ଗ ମଧ୍ୟ କରିପାରିବେ ।

ଗୋବିନ୍ଦ ଘାଟ ଗୁରୁଦ୍ୱାର ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଅଲକନନ୍ଦା ନଦୀ ପାଖରେ ଅବସ୍ଥିତ । ଏଠାକୁ ଆସୁଥିବା ଟୁରିଷ୍ଟ ଏବଂ ଶ୍ରଦ୍ଧାଳୁମାନେ ମାଗଣାରେ ରହିପାରିବେ । ଏହା ବ୍ୟତୀତ ପବିତ୍ର ଗଙ୍ଗା ନଦୀ ତଟରେ ଥିବା ଗୀତା ଭବନରେ ଅପଣଙ୍କୁ ରହିବା ଏବଂ ଖାଇବା ମାଗଣା ମିଳିଯିବ । ଏହି ଆଶ୍ରମରେ ୧୦୦୦ଟି ଘର ଅଛି ଯେଉଁଠାରେ ଦୁନିଆର କୋଣ ଅନୁକୋଣରୁ ଆସୁଥିବା ଲୋକ ଏଠାରେ ରୁହନ୍ତି । ସେହିପରି କେରଳର ପାହାଡିଆ ଏବଂ ସବୁଜମୟ ଜଙ୍ଗଲ ମଧ୍ୟରେ ଅନନ୍ଦାଶ୍ରମରେ ରହିବା ଏକ ଭିନ୍ନ ଅନୁଭବରେ ପରିଣତ ହେବ । ଆପଣ ଏହି ଆଶ୍ରମରେ ଫ୍ରୀରେ ରହିପାରିବେ । ଏହି ଆଶ୍ରମରେ ଆପଣଙ୍କୁ ମାଗଣାରେ ଖାଦ୍ୟ ମଧ୍ୟ ଦିଆଯିବ ।

ଯଦି ଆପଣ ହିମାଚଳ ପ୍ରଦେଶ ବୁଲିବା ପାଇଁ ଯାଉଛନ୍ତି ତେବେ ମଣିକରଣ ସାହିବ ଗୁରୁଦ୍ୱାରରେ ଫ୍ରୀରେ ରହିପାରିବେ । ଏଠାରେ ଆପଣ ଫ୍ରୀ ପାର୍କିଂ ଏବଂ ମାଗଣା ଖାଦ୍ୟ ପାଇପାରିବେ । ମଣିକରଣ ସାହିବ ଗୁରୁଦ୍ୱାରା ପାର୍ବତୀ ନଦୀ ପାଖରେ ଅବସ୍ଥିତ ।

Get real time updates directly on you device, subscribe now.