fbpx

ବାସହରାଙ୍କୁ ଖାଦ୍ୟ ବଣ୍ଟନରେ ଲାଗିଲା କଟକଣା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଭୁବନେଶ୍ୱରରେ ରହୁଥିବା ବାସହରାଙ୍କୁ ଏଣିକି କେହି ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ଅନୁମତି ଆଣିବାକୁ ପଡ଼ିବ । ଲୋକଙ୍କ ଖାଦ୍ୟ ବଣ୍ଟନ ନ କରି ବିଏମସି ଦ୍ୱାରା ପରିଚାଳିତ ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ବିଏମସିର ଅନୁମତି ନେଇ ଯେ କୌଣସି ବ୍ୟକ୍ତି, ସଂସ୍ଥା ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ । ଏହି ଆଇନକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରକୁ ଭିକାରିମୁକ୍ତ କରିବାକୁ ବିଏମସି ପ୍ରୟାସ ଚଳାଇଛି । ବାହାରେ ଖାଦ୍ୟ ବଣ୍ଟନ ଦ୍ୱାରା ବାସହରାମାନେ ବିଏମସି ଆଶ୍ରୟସ୍ଥଳକୁ ଯାଉନଥିବାରୁ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ପାଇଁ ବିଏମସି ଏହି ପଦକ୍ଷେପ ନେଇଛି ।

Get real time updates directly on you device, subscribe now.