fbpx
BSKY
BJD MC SKY
BJD YOUTH SKY

ଫୁଟବଲ ତାରକା ଲିଓନେଲ ମେସି ସସପେଣ୍ଡ: କାହଁକି ନିଆଗଲା ଏଭଳି କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ ଫୁଟବଲ ତାରକା ଲିଓନେଲ ମେସିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ଭୁଲ ପାଇଁ ମେସିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ୟାରିସ୍ ସେଣ୍ଟ ଜର୍ମାନ (ପିଏସଜି) ଟିମର ଫରୱାର୍ଡ ଥିବା ମେସିଙ୍କ ଉପରେ ଏହି କଟକଣା ଲାଗୁ ହେବା ନିଶ୍ଚିତ ଭାବେ ତାଙ୍କର ଅଗଣିତ ଫ୍ୟାନ୍ସ ପାଇଁ ଚିନ୍ତାଜନକ ଖବର । କାରଣ ଏବେ ମେସି କିଛିଦିନ ପାଇଁ କୌଣସି ମ୍ୟାଚ ଖେଳି ପାରିବେ ନାହିଁ । ବିନା ଅନୁମତିରେ ମେସି ସାଉଦି ଆରବ ଗସ୍ତ କରିଥିବାରୁ ତାଙ୍କ ଉପରେ ଆକ୍ସନ ନିଆଯାଇଛି ।

ସୂଚନା ମୁତାବକ, ବିନା ଅନୁମତିରେ ସାଉଦି ଆରବ ଗସ୍ତ କରିଥିବାରୁ ମେସିଙ୍କୁ ଦୁଇ ସପ୍ତାହ ପାଇଁ ଟିମରୁ ସସପେଣ୍ଡ କରି ଦିଆଯାଇଛି । ଫଳରେ ସେ ଏହି ସମୟ ମଧ୍ୟରେ କୌଣସି ମ୍ୟାଚ ଖେଳିପାରିବେ ନାହିଁ । ତେବେ ସେ ମ୍ୟାଚ ଖେଳିବାରୁ ବଞ୍ଚିତ ହେବା ସହ ତାଙ୍କର ମ୍ୟାଚ ଫିସ୍ ମଧ୍ୟ କଟାଯିବ । ଏଥିସହିତ ସେ କୌଣସି ପ୍ରଶିକ୍ଷଣ ଶିବିରରେ ମଧ୍ୟ ସାମିଲ ହୋଇ ପାରିବେ ନାହିଁ । ତେଣୁ ଆଗକୁ ହେବାକୁ ଥିବା ଟ୍ରୋଏସ ଓ ଆଜାକ୍କିଓ ମ୍ୟାଚ ସମୟରେ ମେସିଙ୍କୁ ପଡ଼ିଆ ବାହାରେ ବସିବାକୁ ପଡ଼ିବ । ତେବେ ଆସନ୍ତା ୨୧ ତାରିଖରେ ଅକ୍ସେ ବିପକ୍ଷ ମ୍ୟାଚରେ ମେସି ଖେଳିବେ ବୋଲି ଜଣାପଡ଼ିଛି ।

ତେବେ ପିଏସଜି ଏଯାବତ ମୋଟ ୩୩ଟି ମ୍ୟାଚ ଖେଳି ୭୫ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି । ମେସି ବର୍ତ୍ତମାନ ସୁଦ୍ଧା ୧୫ଟି ଗୋଲ ସ୍କୋର କରିଥିବା ବେଳେ ୧୪ଟି ଗୋଲ ନେଇ ସହଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୨୨ ଫିଫା ବିଶ୍ୱକପରେ ଫ୍ରାନ୍ସ ବିପକ୍ଷରେ ଆର୍ଜେଣ୍ଟିନାକୁ ମେସି ବିଶ୍ୱବିଜୟୀ କରାଇଥିଲେ । ଏଥିସହିତ କତାରରେ ଅନୁଷ୍ଠିତ ହୋଇଥିବା ଫିଫା ବିଶ୍ୱକପରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏମବାପେ ଓ କରିବ ବେଞ୍ଜେମାଙ୍କ ଭଳି ଖେଳାଳିଙ୍କ ପଛରେ ପକାଇ ମେସି ଏହି ଗୌରବ ହାସଲ କରିଥିଲେ ।

Get real time updates directly on you device, subscribe now.