fbpx

ଦିଗ୍ଗଜ ଫୁଟବଲର୍ ମାରାଡୋନାଙ୍କ ଚୋରି ଘଣ୍ଟା ଆସାମରୁ ହେଲା ଜବତ, ଦୁବାଇ ପୋଲିସ ସହାୟତାରେ ଅଭିଯୁକ୍ତ ଗିରଫ

ଦିଶପୁର: ଦିବଙ୍ଗତ ତଥା ଦିଗ୍ଗଜ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଘଣ୍ଟାର ସନ୍ଧାନ କରିବାରେ ଆସାମ ପୋଲିସ୍ କୁ ବଡ଼ ସଫଳତା ମିଳିଛି । ଦୁବାଇ ପୋଲିସ୍ ର ମିଳିତ ସହାୟତାରେ ଆସାମ ପୋଲିସ୍ ଘଣ୍ଟାଟିକୁ ଠାବ କରିବାରେ ସଫଳତା ହାସଲ କରିଛି । ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ଅଭିଯୁକ୍ତକୁୀ ଗିରଫ କରାଯାଇଛି । ତା ପାଖରୁ ହୁବ୍ଲୋଟର ଏକ ଘଣ୍ଟା ଜବତ କରାଯାଇଛି ।

ସୂଚନା ମୁତାବକ, ଚୋରି ଘଣ୍ଟା ସହିତ ଅଭିଯୁକ୍ତ ୱାଜିଦ୍ ହୁସୈନ୍ ଙ୍କୁ ମଧ୍ୟ ଗିରଫ କରାଯାଇଛି । ଆସାମ ପୋଲିସ, ଭାରତୀୟ ଫେଡେରାଲ ଆଇନ ପ୍ରଣୟନକାରୀ ସଂସ୍ଥା ମାଧ୍ୟମରେ ଦୁବାଇ ପୋଲିସ ସହିତ ଏହି ମାମଲାର ସମନ୍ୱୟ ସ୍ଥାପନା କରିଥିଲା । ଏହି ମାମଲାର ସୂଚନା ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟୁଇଟ୍ କରି ଲେଖିଛନ୍ତି ଯେ, ମହାନ୍ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ଘଣ୍ଟାକୁୀ ଜବତ କରାଯାଇଛି ଓ ଅଭିଯୁକ୍ତ ୱାଜିଦ୍ ହୁସୈନଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.