fbpx
BJD SKY
BJD SKY

ବିଗ୍ ବସରେ ପ୍ରଥମ ଥର ପାଇଁ ରୋମାଣ୍ଟିକ୍ ହେଲେ ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ, ନ୍ୟାସନାଲ୍ ଟିଭିରେ କଲେ ଲିପଲକ୍

BJD

ମୁମ୍ବାଇ: ବିଗ୍ ବସ୍ ସିଜନ୍ ୧୫ରେ ରାକ୍ଷୀ ସାୱନ୍ତ ମନୋରଞ୍ଜନ କରି ଦର୍ଶକଙ୍କ ମନ ଜିଣୁଛନ୍ତି । ଚଳିତ ଥର ରାକ୍ଷୀ ନିଜ ସ୍ୱାମୀ ରିତେଶଙ୍କ ସହିତ ଶୋ’କୁ ଆସିଥିଲେ । ଏମିତିରେ ବି ରିତେଶ, ରାକ୍ଷୀଙ୍କ ଅସଲି ସ୍ୱାମୀ କି ନୁହେଁ ତାକୁ ନେଇ ଦ୍ୱନ୍ଦ ଦୂର ହୋଇନାହିଁ । ଆଉ ଏହା ଭିତରେ ବିଗ୍ ବସ୍ ରେ ଗତ ଏପିସୋଡରେ ଦୁହିଁଙ୍କ ମଧ୍ୟରେ ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ରାକ୍ଷୀ ଓ ରିତେଶ ମଧ୍ୟରେ ଏହି ରୋମାଣ୍ଟିକ୍ କେମେଷ୍ଟ୍ରି ଶୁକ୍ରବାର ଦିନ ଏପିସୋଡ୍ ରେ ଦେଖିବାକୁ ମିଳିଛି । ରିତେଶ ବିଗ୍ ବସ୍ ହାଉସ୍ ସକାଳୁ ସକାଳୁ ରୋମାନ୍ସର ତଡକା ଲଗାଇଥିବା ଦେଖିବାକୁ ମିଳିଥିଲା । ରିତେଶ ବାକି ହାଉସ୍ ମେମ୍ବରଙ୍କ ସାମନାରେ ରାକ୍ଷୀ ସାୱନ୍ତଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଥିଲା ।

ଗତ ଏପିସୋଡରେ ଗାର୍ଡେନ୍ ରେ ସବୁ ସଦସ୍ୟ ବସିଥିବା ବେଳେ ରାକ୍ଷୀ ଓ ରିତେଶ ସମସ୍ତଙ୍କ ଆଗରେ ରୋମାଣ୍ଟିକ୍ ପୋଜ୍ ରେ ଠିଆ ,ହୋଇଥିଲେ । ଏହି ସମୟରେ ଅନ୍ୟ ମାନେ କିସ୍ କିସ୍ ବୋଲି ପାଟି କରିବାକୁ ଲାଗିଥିଲେ । ଏହାପରେ ଯାହା ହେଲା ତାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ନ୍ୟାସନାଲ୍ ଟେଲିଭିଜନ୍ ରେ ଦୁହେଁ କିସ୍ କରୁଥିବା ଦେଖିବାକୁ ମିଳିଥିଲେ ।

Get real time updates directly on you device, subscribe now.