fbpx

ଦିନେ ମଇଦାନରେ ଗୋଲ୍ ମାରି ଗୋଲ୍ଡ ଆଣୁଥିଲେ, ଏବେ ପେଟ ପାଇଁ ଇଟା ଭାଟିରେ କାମ କରୁଛନ୍ତି ଅନ୍ତର୍ଜାତୀୟ ଫୁଟବଲ୍‌ ତାରକା; ଗଣମାଧ୍ୟମରେ ପ୍ରସାରଣ ପରେ ସୋରେନ୍‌ଙ୍କୁ ମିଳିଲା କ୍ରୀଡା ମନ୍ତ୍ରଣାଳୟର ସାହାରା

ରାଞ୍ଚି (ଓଡ଼ିଶା ଭାସ୍କର): ଦେଶର ଅନେକ କ୍ରୀଡ଼ା ପ୍ରତିଭା ସରକାରଙ୍କ ଉଦାସୀନତା ଓ ଅବହେଳା ଯୋଗୁଁ ଆର୍ଥିକ ସଙ୍କଟରେ ପଡି ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝାଡଖଣ୍ଡର ଅନ୍ତର୍ଜାତୀୟ ଫୁଟବଲର୍‌ ତାରକା ସଂଗୀତ କୁମାରୀ ସୋରେନ୍‌ । ଏକାଧିକ କ୍ଷେତ୍ରରେ ପଦକ ବିଜୟୀ ପରେ ସରକାର ପୂରଣ କଲେ ନାହିଁ ପ୍ରତିଶୃତି । ମିଳିଲାନହିଁ ସରକରୀ ସୁବିଧା ସୁଯୋଗ । ଶେଷରେ ବଞ୍ଚିବା ପାଇଁ ବୃତ୍ତି ବଦଳାଇ ଦେଲେ ଏହି ଅନ୍ତର୍ଜାତୀୟ ତାରକା । ପରିବାର ଆର୍ଥକସ୍ଥିତି ସ୍ୱଚ୍ଛଳ ନଥିବାରୁ ଶେଷରେ ବଞ୍ଚିବାକୁ କରୁଛନ୍ତି ଅହରହ ସଂଘର୍ଷ ପେଟ ପୋଷିବା ପାଇଁ ଇଟା ଭାଟିରେ କାମ କରୁଛନ୍ତି । ସଂଗୀତେ  ସୋରେନ ଧନବାଦର ବାଗାମା ବାସମୁଦିର ବାସିନ୍ଦା । ତାଙ୍କ ବଡଭାଇ, ଦୈନିକ ଶ୍ରମିକ ଭାବେ କାମକରନ୍ତି । ହେଲେ କରୋନା ପାଇଁ ଲକଡାଉନ ଜାରି ହୋଇଥିବାରୁ ଶ୍ରମିକମାନଙ୍କୁ କାମ ମିଳୁନାହିଁ । ତେଣୁ ସଂଗୀତ ଶେଷରେ ଇଟା ଭାଟିରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଭାରତୀୟ ମହିଳା ଫୁଟବଲ ଦଳ ପକ୍ଷରୁ ଷ୍ଟ୍ରାଇକର ଭାବେ ଖେଳି ସାରିଥିବା ସଙ୍ଗୀତା କୁମାରୀ ଇଟା ଭାଟିରେ ମୂଲ ଲାଗିବା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଇଥିଲା। ଏହା ପରେ କ୍ରୀଡା ମନ୍ତ୍ରୀ କିରେନ ରିଜଜୁ ଏହି ଘଟଣାକୁ ଗୁରୁତ୍ବର ସହ ନେବା ସହିତ ମହିଳା ଜଣଙ୍କୁ ସହାୟତା ଦେବାକୁ ଆଶ୍ବସନା ଦେଇଛନ୍ତି।

କିରେନ ରିଜିଜୁ ଟ୍ବିଟରରେ ଲେଖିଛନ୍ତି ଯେ, ତାଙ୍କୁ ମହିଳା ଫୁଟବଲ ଖେଳାଳି ବିଷୟରେ ସୂଚନା ଦିଆଯାଇଥିଲା। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ବର୍ତମାନ ମହାମାରୀ ସମୟରେ ସୋରେନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ସଙ୍ଗୀତାଙ୍କ ସହ ଯୋଗାଯୋଗ କରି ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଶ୍ଵସନା ଦେଇଛନ୍ତି। ଆଥଲେଟ୍‌ଙ୍କୁ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

 

Get real time updates directly on you device, subscribe now.