fbpx

(Video) ପୁଣି ଦେଖିବାକୁ ମିଳିଛି ଅଜଣା ଜନ୍ତୁର ପାଦଚିହ୍ନ: ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ନିଆଳିରେ ଅଜଣା ଜନ୍ତୁର ଆତଙ୍କ ପରେ ପୁଣି ସାମ୍ନାକୁ ଆସିଛି ଏପରି ଏକ ଭୟଙ୍କର ଘଟଣା । ଲୋକଙ୍କୁ ପୁଣି ଘାରିଛି ଅଜଣା ଜନ୍ତୁର ଆତଙ୍କ । ଗଡ଼ିଆ କୂଳରେ ପଡ଼ିଛି ଅଜଣା ଜନ୍ତୁର ପାଦଚିହ୍ନ । ପୁଣିଥରେ ଗୁହାଳରୁ ପଶି ଛେଳି, ମେଣ୍ଡା ଟେକିନେବ ବୋଲି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ ।

ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଗୁଆପୁର ଗ୍ରାମରେ ଅଜଣା ଜନ୍ତୁର ଆତଙ୍କ ଖେଳିଯାଇଛି । ସନ୍ଧ୍ୟା ସମୟରେ ଏକ ଗଡ଼ିଆ କୂଳରେ ଓଦା ମାଟିରେ ଅଜଣା ଜନ୍ତୁର ପାଦଚିହ୍ନ ଦେଖିବାକୁ ମିଳିଛି । ପୂର୍ବପରି ପୁଣି ଅଜଣା ଜନ୍ତୁ ଗୁହାଳରେ ପଶି ଛେଳି, ମେଣ୍ଢାଙ୍କୁ ଟେକିନେବି ବୋଲି ଲୋକମାନେ ଆତଙ୍କିତ ହୋଇଛନ୍ତି ।

ତେବେ ଗ୍ରାମର ବାଙ୍କିବନ୍ଧ ନିକଟରେ ସନ୍ଧ୍ୟା ସମୟରେ କିଛି ଲୋକ ଏକ ଅଜଣା ଜନ୍ତୁକୁ ଦେଖିବାକୁ ପାଇଥିଲେ । ଜନ୍ତୁ ଦେହରେ କଟା କଟା ଦାଗ ଥିବା ବେଳେ ଅନେକ ଲୋକ ଏହାକୁ ହେଟାବାଘ କହିଥିଲେ । ରାତିରେ ଟର୍ଚ୍ଚ ଲାଇଟ୍ ମାରି ପଶୁର ସନ୍ଧାନ କରିଥିଲେ ମଧ୍ୟ କିଛି ସୁରାକ୍ ମିଳିନଥିଲା ।

Get real time updates directly on you device, subscribe now.