fbpx
BSKY
BJD MC SKY
BJD YOUTH SKY

ଦୁନିଆର ପ୍ରଥମ ଘଟଣା: ଟ୍ରାନ୍ସପ୍ଲାଣ୍ଟ ପରେ ମଣିଷ ଶରୀରରେ ଠିକ୍ ଭାବେ କାମ କରୁଛି ଘୁଷୁରୀ କିଡନୀ

ନୂଆଦିଲ୍ଲୀ: କିଡନୀ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀରରୁ ମଇଳା ପଦାର୍ଥକୁ ବାହାର କରିବା, ରକ୍ତକୁ ପରଷ୍କାର ରଖିବା ଆଦି କାର୍ଯ୍ୟ କିଡନୀ ଦ୍ୱାରା ସମ୍ପାଦିତ ହୋଇଥାଏ । ତେବେ ଯଦି କୌଣସି କାରଣରୁ କିଡନୀ ଡ୍ୟାମେଜ ହୋଇଯାଏ ତେବେ ସେ କ୍ଷେତ୍ରରେ କିଡନୀ ପ୍ରତିରୋପଣ କରାଯାଇଥାଏ । ଆମେରିକାର ପାଖାପାଖି ୪ କୋଟି ଲୋକ କିଡନୀ ରୋଗରେ ସଂକ୍ରମିତ ହୋଇଥିବା ବେଳେ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଦୈନିକ ୧୭ ଜଣ ଲୋକ ମୃତ୍ୟୁବରଣ କରିଥାନ୍ତି ।

ତେବେ କିଡନୀ ଟ୍ରାନ୍ସପ୍ଲାଣ୍ଟକୁ ନେଇ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଡକ୍ତରମାନେ ଏକ ବ୍ରେନ ଡେଡ ମଣିଷର ଶରୀରେ ଘୁଷୁରୀର କିଡନୀ ପ୍ରତିରୋପଣ କରିଥିଲେ । ଏକ ଜୀବର କିଡନୀକୁ ପ୍ରତିରୋପଣ କରିବା ପରେ ମଣିଷ ୩୨ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବା ବିଶ୍ୱର ଏହା ପ୍ରଥମ ଘଟଣା । ଗତ ମାସ ୧୪ ତାରିଖରେ ଏହି ସର୍ଜରୀ କରାଯାଇଥିଲା । ଯଦି ଏହି କିଡନୀ ଠିକ୍ ଭାବେ କାର୍ଯ୍ୟ କରେ ତେବେ ଦୁନିଆରେ ପଶୁ-ମଣିଷ ପ୍ରତିରୋପଣ ପ୍ରକ୍ରିୟା ଆହୁରି ସହଜ ହୋଇଯିବ । ଫଳରେ ସହଜରେ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ।

ଏହି ଅସ୍ତ୍ରୋପଚାର ପାଇଁ ଘୁଷୁରୀର ୪ଟି ଜୀନକୁ କିଡନୀରୁ ବାହାର କରିଦିଆଯାଇଥିଲା । ଏଥିସହିତ ଘୁଷୁରୀ କିଡନୀ ମଣିଷ ଶରୀରରେ ଲାଗିବା ପରେ ସେଥିରେ ୬ଟି ମଣିଷ ଜୀନ ଲଗାଯାଇଥିଲା । ଏପରି ଭାବେ ମୋଟ ୧୦ଟି ଜୀନ ପରିବର୍ତ୍ତନ କରାଯାଇଥିଲା । ଘୁଷୁରୀର କିଡନୀକୁ ପ୍ରତିରୋପଣ କରାଯିବାର ଏହା ମଧ୍ୟରେ ଏକ ମାସରୁ ଅଧିକ ସମୟ ହୋଇଗଲାଣି । ତେବେ କିଡନୀ ଏବେ ମଣିଷ ଶରୀରରେ ଠିକ ଭାବେ କାମ କରୁଛି । ୫୭ ବର୍ଷୀୟ ଜଣେ ବ୍ରେନ ଡେଡ ବ୍ୟକ୍ତିଙ୍କ ଶରୀରରେ ଏହି କିଡନୀ ପ୍ରତିରୋପଣ କରାଯାଇଥିଲା । ତେବେ ବର୍ଷ ବର୍ଷର ଅସଫଳତା ପରେ ଏହି ସଫଳତା ମିଳିଛି । ପୂର୍ବ ଥର କରାଯାଇଥିବା ପ୍ରୟାସରେ ଘୁଷୁରୀର କିଡନୀ ପ୍ରତିରୋପଣରେ ମଣିଷ ମାତ୍ର ୭୨ ଘଣ୍ଟା ଜୀବିତ ରହିପାରିଥିଲା । କିଡନୀ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ଆଗାମୀ ଦିନରେ ଏହା ବେଶ୍ ସହାୟକ ହେବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.