fbpx

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା; ପୋଲିସକୁ କଣ କହିଲେ ଶରତ?

AAKASH

ଓଡିଶା ଭାସ୍କର; ୨ ମାସ ତଳର ଘଟଣା ଏବେ ସାମ୍ନାକୁ ଆସିବା ପରେ କିଏ କହୁଛି ପ୍ରେମଜନିତ ସୁଇସାଇଡ୍ ତ ଆଉ କାହାର ଆଶଙ୍କା ଅନରକିଲିଂ । ହେଲେ ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ଵର୍ଣ୍ଣଲତା ଦାସଙ୍କର ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ ରହିଛି । ଝିଅର ପ୍ରେମିକଙ୍କ ସହ ଓ ମା’ଙ୍କ ସହ ଶରତ ନାୟକ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ସବୁ ପ୍ରମାଣ ନଷ୍ଟ କରି ନଦୀରେ ପାଉଁଶ ଭସେଇ ଦେଇଥିବା ମଧ୍ୟ କହିଛନ୍ତି ଶରତ । ଝିଅର ମା ଓ ପ୍ରେମିକ ଖେଳ ସାରଙ୍କୁ ଟଙ୍କା ମାଗୁଥିବା ମଧ୍ୟ ଜଣାପଡିଛି । ଏହାରି ଭିତରେ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ତଦନ୍ତ ଚଳାଇଛି ପୋଲିସ୍ ।

ଭାଇରାଲ ଅଡିଓ ମୁତାବକ, କେଉଁ ପ୍ରମାଣ ଓ କାହିଁକି ପ୍ରମାଣ ନଷ୍ଟ କରିଥିଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ? ଶରତଙ୍କ ଭାଇରାଲ ଅଡିଓ ବୟାନ କରୁଛି ଶରତ ନାୟକ ପୁଲିସ ସହଯୋଗରେ ସବୁ ପ୍ରମାଣକୁ ନଦୀରେ ଭସାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଶରତଙ୍କୁ ଧରି ପୋଲିସ ଉପଯୁକ୍ତ ତଦନ୍ତ କରି ପାରିବ ତ? ଶରତଙ୍କୁ ନେଇ ଏଭଳି କିଛି ପ୍ରଶ୍ନ ରହିଥିବା ବେଳେ ଏହାରି ଭିତରେ ଅଭିଯୁକ୍ତ ଶରତ ନାୟକଙ୍କୁ ପଚରାଉଚରା କରିଛି ପୋଲିସ । ପୋଲିସକୁ କଣ କହିଲେ ଶରତ? ମୃତ୍ୟୁକୁ ନେଇ କିଛି ଖୁଲାସ କଲେ କି ଶରତ? ସବୁ ସତ କଥା ମାନି ସରେଣ୍ଡର କରିବେ କି ଶରତ? ଏଭଳି କିଛି ନୂଆ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।

ସେପଟେ ଶରତ ନାୟକଙ୍କ ସହ ସ୍କୁଲ ପ୍ରଧାନ ଶିକ୍ଷକ, ସ୍କୁଲ ଛାତ୍ରଛାତ୍ରୀ ସମସ୍ତଙ୍କୁ ଜେରା କରିଛି ପୋଲିସ । ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଞ୍ଚ କରାଯିବ । ଘଟଣା ସହିତ ଜଡ଼ିତ ଥିବା ସବୁ ଦିଗ ଓ ସବୁ ପକ୍ଷଙ୍କୁ ଜେରା କରାଯିବ । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଏସପି ମିହିର ପଣ୍ଡା । ତେବେ ଆଜି ଜେରା ବେଳେ ପୋଲିସକୁ ଶରତ କଣ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.