fbpx
BJD SKY
BJD SKY

ଦୁଃଖ କେବେ ବି ପାଖ ମାଡ଼ିବନି, ସୁଖ ଶାନ୍ତିରେ ବିତିବ ଆପଣଙ୍କର ଜୀବନ: ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୫ଟି କଥାକୁ ସର୍ବଦା ମନେ ରଖନ୍ତୁ

BJD

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟଙ୍କ ସମସ୍ତ ନୀତିବାଣୀ ମଣିଷ ଜୀବନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଚାଣକ୍ୟଙ୍କର ନୀତିକୁ ଦୈନନ୍ଦିନ ଜୀବନରେ ଠିକରେ ସଦୁପଯୋଗ କରିପାରିଲେ ବିପଦ ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । ଜୀବନରେ ସର୍ବଦା ଖୁସିରେ ରହିବା ପାଇଁ ଚାଣକ୍ୟ ଅନେକ ନୀତି କହିଯାଇଛନ୍ତି ।

୧- ଚାଣକ୍ୟଙ୍କ ମତରେ ମଣିଷକୁ ସର୍ବଦା ଆଳସ୍ୟଠାରୁ ଦୂରେଇ ରହିବା ଦରକାର । ଆଳସ୍ୟ ସ୍ୱଭାବର ବ୍ୟକ୍ତି ଜୀବନରେ ନିଜକୁ ନିଜେ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ ବ୍ୟକ୍ତି ବଡ଼ ବଡ଼ ସୁଯୋଗ ଲାଭରୁ ବଞ୍ଚିତ ହୋଇଥାଏ । ଆଳସ୍ୟ ଆମକୁ ନିଜର ଲକ୍ଷ୍ୟଠାରୁ ଦୂରେଇ ରଖିଥାଏ ।

୨- ମଣିଷଙ୍କ କେବେ ବି ନିଜକୁ ନେଇ ଅହଂକାର କରିବା ଅନୁଚିତ୍ । ଅହଂକାର ପାଇଁ ବ୍ୟକ୍ତିର ସବୁକିଛି ଭସ୍ମ ହୋଇଯାଇଥାଏ । ଏହା ବ୍ୟକ୍ତିକୁ ସତ୍ୟଠାରୁ ଦୂରେଇ ରଖିଥାଏ ଓ ଭବିଷ୍ୟତରେ ଅନେକ ସମସ୍ୟାକୁ ଡାକି ଆଣିଥାଏ ।

୩- କ୍ରୋଧ ହେଉଛି ମଣିଷର ପରମ ଶତ୍ରୁ । ଯେଉଁ ବ୍ୟକ୍ତି ଅଧିକ କ୍ରୋଧ ସ୍ୱଭାବର ହୋଇଥାଏ, ସେ କେବେ ବି ସମ୍ମାନ ପାଇନଥାଏ । ଏଭଳି ସ୍ୱଭାବର ଲୋକଠାରୁ ସମସ୍ତେ ଦୂରେଇ ଯାଆନ୍ତି । ଫଳରେ ଖରାପ ସମୟରେ ଏଭଳି ଲୋକମାନେ ଏକାକୀ ରହିଯାଆନ୍ତି, କେବେ ସହଯୋଗ କରନ୍ତି ନାହିଁ ।

୪- ମଣିଷକୁ କେବେ ବି ଜାଣିଶୁଣି ଅନ୍ୟକୁ ଦେଖାଇହେବା ଅନୁଚିତ୍ । ଏହାର ଅର୍ଥ ହେଉଛି ଜଣେ ଉପରକୁ ଯାହା ଦିଶୁଥାଏ, ବାସ୍ତବରେ ତାହା ହୋଇନଥାଏ । ଏହା ମାଧ୍ୟମରେ ବ୍ୟକ୍ତି ଦିନକୁ ଦିନ ମିଥ୍ୟା ଓ ଖରାପ କାର୍ଯ୍ୟରେ ଲିପ୍ତ ହୋଇ ନିଜକୁ ନଷ୍ଟ କରିଦେଇଥାଏ ।

୫- ଚାଣକ୍ୟଙ୍କ ମତରେ ସୁଖମୟ ଜୀବନ ପାଇଁ ବ୍ୟକ୍ତିକୁ ସର୍ବଦା ଭଲ କାମ କରିବା ଦରକାର । ଜୀବନରେ ସୁଖ ଓ ଶାନ୍ତି ପାଇବା ପାଇଁ ମନକୁ ସର୍ବଦା ସକରାତ୍ମକ ଦିଗରେ ପ୍ରବାହିତ କରିବା ଦରକାର । ଅନ୍ୟର ଅନିଷ୍ଟ ଚିନ୍ତା କରିବା ଦ୍ୱାରା ଆମେ ପରୋକ୍ଷରେ ନିଜର ମୂଲ୍ୟବାନ ସମୟ ହିଁ ନଷ୍ଟ କରିଥାଉ ।

Get real time updates directly on you device, subscribe now.