fbpx

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ASIଙ୍କ ସହ କନେଷ୍ଟବଳ ନିଲମ୍ବିତ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ମାମଲାରେ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଏଏସଆଇଙ୍କ ସମେତ ଜଣେ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଚମ୍ପଟ ମାରିଥିବା ୩ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଚୋରି ମାମଲାରେ ଗିରଫ ହୋଇ ସେମାନେ ଜେଲରେ ଥିଲେ । ୩ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସର ଛାନଭିନ୍ ଜାରି ରହିଛି ।

ତେବେ ସୋମବାର ସକାଳ ୭ଟା ୧୫ରୁ ୭ଟା ୩୦ ମଧ୍ୟରେ ସେମାନଙ୍କୁ ଜଳଖିଆ ଦେବା ସମୟରେ ଅଭିଯୁକ୍ତମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଧନୁପାଲି ଥାନାଞ୍ଚଳ ସରଲାକାନୀ ଅଞ୍ଚଳରେ ଏକ ଡିଜେଲ ଚୋରି ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ୩ ଅଭିଯୁକ୍ତ ରବିବାର ରାତିରୁ ଗିରଫ ହୋଇ ଧନୁପାଲି ଥାନା ହାଜତରେ ରହିଥିଲେ । ସେମାନଙ୍କ ପାଇଁ ଜଳଖିଆ ଅଣାଯିବା ସମୟରେ କୌଶଳ କ୍ରମେ ୩ ଅଭିଯୁକ୍ତ ଫେରାର ହୋଇଥିଲେ । ସେହି ସମୟରେ ଥାନାରେ କମ୍‌ କର୍ମଚାରୀ ଉପସ୍ଥିତ ଥିବାରୁ ଅଭିଯୁକ୍ତମାନେ ଫେରାର ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.