fbpx

୫ ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସହ ୪ ଅଭିଯୁକ୍ତ: ଏଥର ଖୋଲିବ ମେମୋରି ଚିପ କେଳେଙ୍କାରୀ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ଏହାପରେ କ୍ରାଇମବ୍ରାଞ୍ଚ ସେମାନଙ୍କଠାରୁ ମାନସଙ୍କ ହତ୍ୟାକାଣ୍ଡ ପଛର ସମସ୍ତ ଗୁମର ବାହାର କରିବ । ଅଭିଯୁକ୍ତ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ରିମାଣ୍ଡରେ ଯାଇଛନ୍ତି । ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ନା ଏହା ପଛରେ ଆଉ କିଛି କାରଣ ଥିଲା? ପୂର୍ବରୁ ମାନସଙ୍କ ପରିବାରବର୍ଗ ଦୁଇଜଣ ମନ୍ତ୍ରୀଙ୍କ ନାମରେ ଅଭିଯୋଗ ଆଣିଥିଲେ । ତେବେ ଏହି ଘଟଣା ପଛରେ ଆଉ କେଉଁ ବଡ଼ ମୁଣ୍ଡି ମାନଙ୍କର ହାତ ରହିଛି ତାହାର ପର୍ଦ୍ଦାଫାସ କରିବା ପ୍ରୟାସରେ ରହିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ଯେ, ‘ସମ୍ପୂର୍ଣ୍ଣ’ ୱେବ ପୋର୍ଟାଲର ମାଲିକାଲୀ ଶର୍ମିଷ୍ଠା ଦୀର୍ଘଦିନ ଧରି ପୋଲିସକୁ ଚକମା ଦେଇ ଆସୁଥିଲେ । ବସ୍ ଯୋଗେ କଲିକତାରୁ ଫେରୁଥିବା ବେଳେ ଗତକାଲି ଭଦ୍ରକ ଜିଲ୍ଲା ନଳାଙ୍ଗରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିଥିଲା । ଏଥିସହ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଉଭୟଙ୍କୁ ଗିରଫ ପରେ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.