fbpx

ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇବା ଶୁଭ ନା ଅଶୁଭ? ଜାଣନ୍ତୁ ମହାଭାରତରେ କ’ଣ କହିଥିଲେ ଭୀଷ୍ମ ପିତାମହ

ପ୍ରାୟତଃ କୁହାଯାଏ କି, ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇଲେ ପ୍ରେମ ବଢ଼ିଥାଏ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଏହାର ଫଳାଫଳ କିଛି ଅଲଗା ରହିଛି । ମହାଭାରତ ଯୁଦ୍ଧ ପରେ ଯେବେ ଭୀଷ୍ମ ପିତାମହ ଶରଶର୍ଯ୍ୟା ଉପରେ ଶୋଇଥିଲେ ଓ ନିଜ ପ୍ରାଣ ତ୍ୟାଗ କରିବାକୁ ଯାଉଥିଲେ, ସେବେ ଯୁଧିଷ୍ଠିରଙ୍କ ସହିତ ୫ ପାଣ୍ଡବ ଜ୍ଞାନପ୍ରାପ୍ତି ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ । ସେବେ ପିତାମହ ନିଜର ଅନ୍ତିମ ମୁହୂର୍ତ୍ତରେ ଜ୍ଞାନ ପୂର୍ବକ କିଛି ଜିନିଷ କହିଥିଲେ । ଭୋଜନ କେତେବେଳେ, କିପରି ଓ କାହା ସହ କରିବା ଶୁଭ ବୋଲି ପିତାମହ କହିଥିଲେ ।

– ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ, ଯେତେବେଳେ ଜଣେ ବ୍ୟକ୍ତି ଖାଦ୍ୟର ଥାଳିକୁ ଅତିକ୍ରମ କରେ, ସେତେବେଳେ ଏପରି ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ସେହି ଖାଦ୍ୟ ଦୂଷିତ ହୋଇଯାଏ ଓ ଅଳିଆ ସମାନ ହୋଇଯାଏ । ଏପରି ଖାଦ୍ୟ ପଶୁମାନଙ୍କୁ ଦେଇଦେବା ଉଚିତ୍ ।

– ସମସ୍ତ ଭାଇ ଏକାଠି ବସି ଖାଦ୍ୟ ଖାଇବା ଉଚିତ୍ ବୋଲି ଭୀଷ୍ମ ପିତାମହ କହିଛନ୍ତି । ଏହା କରିବା ଦ୍ୱାରା ପରିବାର ଅଗ୍ରଗତି କରିଥାଏ ଓ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହି କାରଣରୁ ପାଣ୍ଡବ ଭାଇମାନେ ସବୁବେଳେ ଏକାଠି ଖାଉଥିଲେ ।

– ଭୀଷ୍ମ ପିତାମହ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଖାଇବା ବଢ଼ା ହୋଇଥିବା ପ୍ଲେଟରେ କାହାର ଗୋଡ ବାଜେ, ତେବେ ତାହାକୁ ଖାଇବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଦରିଦ୍ରତା ଆସିଥାଏ । ଏହା ସହ ଯଦି ଖାଇବାରେ କେଶ ଦୃଶ୍ୟମାନ ହୁଏ, ତେବେ ମଧ୍ୟ ଖାଦ୍ୟ ଭୋଜନଯୋଗ୍ୟ ନୁହେଁ । ଏପରି କରିବା ଦ୍ୱାରା ଘରେ ଧନହାନି ହୋଇଥାଏ ।

– ସ୍ୱାମୀ, ସ୍ତ୍ରୀ କେବେ ବି ଗୋଟିଏ ଥାଳିରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ ବୋଲି ଭୀଷ୍ମ ପିତାମହ କହିଛନ୍ତି । କାରଣ ଏପରି କରିବା ଦ୍ୱାରା ଖାଦ୍ୟ ମଦଯୁକ୍ତ ହୋଇଯାଏ । ବ୍ୟକ୍ତିର ମତି ଭ୍ରଷ୍ଟ ହୋଇଯାଏ । ପରିବାରରେ କଳହ ସୃଷ୍ଟି ହୋଇଥାଏ । ଏପରି କରିବା ଦ୍ୱାରା ବ୍ୟକ୍ତି ଅସାମାଜିକ ହୋଇଯାଏ । ପରିବାରର ଅନ୍ୟ ସମ୍ପର୍କ ତୁଳନାରେ ସ୍ୱାମୀଙ୍କ ପାଇଁ ପତ୍ନୀ ପ୍ରେମ ସର୍ବୋପରି ହୋଇଯାଏ ।

Get real time updates directly on you device, subscribe now.