fbpx

କେତେ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ସରକାର ସୁରକ୍ଷିତ? ଜାଣନ୍ତୁ କ’ଣ ରହିଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ କେତେବେଳେ ମହାବିକାଶ ଅଘାଡ଼ି ସରକାର(ଏମ୍‌ଭିଏ)ର ପତନ ଘଟିବ ତାହା କହିହେବ ନାହିଁ। ଏପର୍ଯ୍ୟନ୍ତ ଶିବସନୋର ବିଦ୍ରୋହୀ ବିଧାୟକ ଦଳଙ୍କ ପଲା ଭାରି ରହିଛି। ତେବେ ବିଦ୍ରୋହୀ ବିଧାୟକମାନେ ଶିବସେନାଠୁ ନିଜକୁ ଏପର୍ଯ୍ୟନ୍ତ ଅଲଗା କରି ନାହାନ୍ତି। ଏଥିପାଇଁ ଏକ ପୃଥକ ଦଳ ଗଠନ ପାଇଁ ତାଙ୍କୁ ବିଧାୟକ ଦଳର ଦୁଇ ତୃତୀୟାଂଶ (ଦଶମ ସୂଚୀ) ଭାଙ୍ଗିବାକୁ ପଡିବ।

ତେବେ ଯେ ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକ ବିଧାନସଭା ଆସି ପୃଥକ ଦଳ ଗଠନ ପାଇଁ ଘୋଷଣା କରି ନାହାନ୍ତି ସେ ପର୍ଯ୍ୟନ୍ତ ଉଦ୍ଧବ ସରକାରଙ୍କ ଉପରେ କୌଣସି ସଙ୍କଟ ଆସିବ ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ଏମ୍‌ଭିଏ ସରକାରର ମୁଖ୍ୟ ଉଦ୍ଧବ ଠାକରେ ଚାହିଁଲେ ସରକାର ଭଙ୍ଗ କରିବା ପାଇଁ ସୁପାରିଶ କରି ପାରନ୍ତି।

ସୁପ୍ରିମକୋର୍ଟଙ୍କ ପୁର୍ବ ନିଷ୍ପତ୍ତିକୁ ତର୍ଜମା କଲେ ଦେଖାଯାଏ ଯେ, ବର୍ତ୍ତମାନର ସରକାରକୁ ବହୁମତ ନଥିବା ସରକାର କୁହାଯାଇ ପାରିବ ନାହିଁ। କାରଣ ବିଦ୍ରୋହୀ ବିଧାୟକ ନିଜକୁ ପୃଥକ ଦଳ ଘୋଷଣା କରି ନାହାନ୍ତି। ଅପର ପକ୍ଷରେ ବିଦ୍ରୋହୀ ଦଳ ବିନା ବିରୋଧୀ ନିଜ ବଳରେ ସରକାର ଗଠନ କରିପାରିବେ ନାହିଁ। ରାଜ୍ୟପାଳ ମଧ୍ୟ ନୁତନ ସରକାର ଗଠନ କରିବା ପାଇଁ କୌଣସି ଚେଷ୍ଟା ନକରି ପାରନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ମାନିବା ଛଡ଼ା ରାଜ୍ୟପାଳଙ୍କ ପାଖରେ କୌଣସି ବାଟ ରହିବ ନାହିଁ।

ତେବେ ସରକାରରେ ସାମିଲ ଥିବା ବିଧାୟକଙ୍କ ବିଦ୍ରୋହକୁ ଦେଖି ଯଦି ବିରୋଧୀ ଦଳ ବିଧାନସଭାରେ ଅବିଶ୍ୱାସ ପ୍ରସ୍ତାବ ରଖନ୍ତି,ତ ସ୍ଥିତି ସ୍ପଷ୍ଟ ହୋଇଯିବ। ଏଭଳି ସ୍ଥିତିରେ ବିରୋଧୀଙ୍କୁ ବିଦ୍ରୋହୀ ବିଧାୟକଙ୍କ ସାହାଯ୍ୟ ଆବଶ୍ୟକ । ଯେ ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକମାନେ ବିରୋଧୀଙ୍କୁ ସେମାନଙ୍କର ସମର୍ଥନ ଜଣାଇବେ ନାହିଁ ସେ ଯାଏଁ ବିରୋଧୀ ଅବିଶ୍ୱସ ପ୍ରସ୍ତାବ ପ୍ରାୟତଃ ଆଣିବେ ନାହିଁ।

Get real time updates directly on you device, subscribe now.