fbpx

ଲିଭାଇସର ନେତୃତ୍ୱ ନେଲେ ଭାରତୀୟ ମହିଳା ଅମିଷା ଜୈନ

ମୁମ୍ବାଇ: ଲେଭି ଷ୍ଟ୍ରାଉସ୍‌ ଆଣ୍ଡ୍‌ କୋ. (ଏନ୍‌ୱାଇଏସ୍‌ଇ: ଲେଭି) ପକ୍ଷରୁ ଏହାର ବାଣିଜ୍ୟିକ ସଂସ୍ଥାରେ ନୂଆ ଲିଡର୍‌ଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ଅମିଷା ଜୈନ୍‌ଙ୍କୁ କମ୍ପାନୀର ସାଉଥ୍‌ ଏସିଆ-ମିଡିଲ୍‌ ଇଷ୍ଟ ଓ ଆଫ୍ରିକା (ଏସ୍‌ଏଏମ୍‌ଇଏ)ର ବରିଷ୍ଠ ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ନାମିତ କରାଯାଇଛି । ସେ ଏସ୍‌ଏଏମ୍‌ଇଏରେ କମ୍ପାନୀର ପରିଚାଳନାଗୁଡିକୁ ଆଗକୁ ବଢାଇବା ଦାୟିତ୍ୱରେ ରହିବେ ।

ଏହାପୂର୍ବରୁ ଜୈନ୍‌ ଭାରତର ଏକ ନମ୍ବର ଇଂଟିମେଟ୍‌ୱେୟାର ବ୍ରାଣ୍ଡ ଓ ଫ୍ଲାଟ୍‌ଫର୍ମ ଜିଭାମେରେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ , ଯେଉଁଠାରେ ସେ ଜଣେ ଟ୍ରାନ୍ସଫର୍ମେଶ୍‌ନାଲ ଲିଡର୍‌ ଓ ଟର୍ଣ୍ଣଆରାଉଣ୍ଡ ସ୍ପେଶାଲିଷ୍ଟ ଭାବେ ପରିଚିତ ଥିଲେ । ସେଠାରେ ନିଜର କାର୍ଯ୍ୟକାଳ ସମୟରେ ସେ ୨୦୨୦ରେ ରିଲାଏନ୍ସ ଗ୍ରୁ୍‌ ଦ୍ୱାରା ଏହି ବ୍ୟବସାୟ ଅଧିଗ୍ରହଣ ହେବା ପୂର୍ବରୁ ୩ ବର୍ଷ ମଧ୍ୟରେ ବ୍ୟବସାୟକୁ ୯ ଥର ବିସ୍ତାର କରିଛନ୍ତି ।

ଅମିଷା ଆଇଏନ୍‌ସିଇଏଡିରୁ ଏମ୍‌ବିଏ କରିଥିବା ବେଳେ ଆର୍ଲିଙ୍ଗଟନ୍‌ରେ ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ରୁ ଇଲେକ୍‌ଟ୍ରିକାଲ ଇିନିୟରିଂରେ ମାଷ୍ଟର୍‌ ଡିଗ୍ରୀ କରିଛନ୍ତି । ସେ ଜଣେ ଇଂଜିନିୟର ଭାବେ ମୋଟୋରୋଲା ଆଇଏନ୍‌ସି ସହ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଏମ୍‌ସିକିନ୍‌ସି ଆଣ୍ଡ କମ୍ପାନୀ, ନାଇକି ଓ ଅରବିନ୍ଦ ଗ୍ରୁପ୍ ଭଳି କମ୍ପାନୀଗୁଡିକରେ ବିକ୍ରି, ପରିଚାଳନା ଓ ରଣନୀତି ସମେତ ବିଭିନ୍ନ କ୍ଷେତ୍ରରେ ଏକାଧିକ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.