fbpx
BJD SKY
BJD SKY

ମାତ୍ର ୨ ଲକ୍ଷ ଟଙ୍କା ପାଇଁ ଦୁଇ ଝିଆରୀଙ୍କ ବିକି ଦେଇଥିଲା ଖୁଡ଼ି; ପୋଲିସ ଜାଣି ବାହାର ରାଜ୍ୟରୁ କରିଲା ଉଦ୍ଧାର

BJD

ବିଶୋଇ: ଚାକିରୀର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ, ଖୁଡି ୨.୨୦ ଲକ୍ଷ ଟଙ୍କାରେ ବିକି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି, ବିଶୋଇ ଅଞ୍ଚଳରେ । ସୂଚନା ମୁତାବକ ବିଶୋଇ ଥାନା ଅଞ୍ଚଳର ଶୋଭା ରାମ ନାଏକ ଙ୍କ ଦୁଇ ଝିଅ ରୀତା ନାଏକ (୨୩) ଓ ଲକ୍ଷ୍ମୀ ନାଏକ (୨୦) କୁ ଗ୍ରାମର ଦେବଜାନୀ (୩୫) ନାମକ ଏକ ମହିଳା,  ଓ ବାପି ଓରଫ୍ ରାଜୁ (୪୭) ନାମକ ଏକ ଦାଲାଲ ରାଉରକେଲାରେ ଚାକିରି କରାଇ ଦେବ କହି, ବାପା ଶୋଭା ରାମଙ୍କୁ କହି ଡିସେମ୍ବର ୬ ତାରିଖ ଦିନ ଏକ ଘରୋଇ ବସ ଯୋଗେ ରାଉଲକେଲାକୁ ନେଇ ଯାଇଥିଲେ ।

ପରେ ରାଜସ୍ଥାନରେ ଟ୍ରେନିଂ ଦିଆଯିବ କହି ରାଉରକେଲାରୁ ଟ୍ରେନ ଯୋଗେ ରାଜସ୍ଥାନକୁ ବାପି ୩ ଜଣକୁ ନେଇ ଏକ ଲୋଜରେ ରଖିଥିଲା । ପରେ ଝିଅ ମାନଂକ କହିବା ମୁତାବକ ସେଠାରେ ସେମାନଙ୍କୁ ବିକ୍ରୀ କରିଦେଇ ପଳାଇ ଆସି ଏବେ ଫେରାର ରହିଥିବା ଜଣାପଡିଛି । ତେବେ କୌଣସି ଉପାୟରେ ଝିଅ ବାପାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ କି ଆମ ଦି ଭୋଉଣୀ କୁ ବାପି ଓ ଦେବଜାନୀ ଏଠାରେ ବିକ୍ରି କରି ଦେଇଅଛି । ଝିଅର ଫୋନ୍ ପାଇ ସୋଭା ରାମ ବିଶୋଇ ଥାନା ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଫୋନ୍ ନମ୍ୱର୍ କୁ ଟ୍ରାକିଙ୍ଗ୍ କରି ଗତ ୮ ତାରିଖ ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ନେତୃତ୍ୱରେ କନେଷ୍ଟବଳ ଗଣେଶ୍ୱର ମହାନ୍ତ, କନେଷ୍ଟବଳ ଜାମିନୀ ବାରିକ୍‌, ଓ ଗୃହରକ୍ଷୀ ଅନିଲ ସେଠୀଙ୍କୁ ନେଇ ଏକ ଟିମ୍ ରାଜସ୍ଥାନକୁ ଯାଇ ଲକ୍ଷ୍ମୀକୁ ରାଜସ୍ଥାନ ଓ ରୀତାକୁ ମଧ୍ୟପ୍ରଦେଶରରୁ ସଫଳତାର ସହିତ ଉଦ୍ଧାର କରି ବୁଧବାର ଅପରାହ୍ନରେ ବିଶୋଇ ଥାନାରେ ପହଞ୍ଚିଥିଲେ । ଲକ୍ଷ୍ମୀକୁ କିଣିଥିବା କ୍ରିପାଲ୍ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି । ତେବେ ଗୁରୁବାର ସମସ୍ତଙ୍କୁ ଡ଼ାକ୍ତରୀ ମାଇନା କରାଇ ରାଇରଙ୍ଗପୁର କୋର୍ଟକୁ ପଠାଇଥିଲେ ।

Get real time updates directly on you device, subscribe now.