fbpx
BJD SKY
BJD SKY

କୁହୁଡ଼ି ପାଇଁ ଶବ ଉପରେ ବାରମ୍ବାର ମାଡ଼ିଲା ଗାଡ଼ି, ରକ୍ତରେ ଭିଜିଗଲା ସଡ଼କ

BJD

ଶୀତ ଋତୁରେ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ କୁହୁଡି ଅନେକ ଥର ଘାତକ ପ୍ରମାଣିତ ହୋଇଛି । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ କୁହୁଡି ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶର ଆଗ୍ରାରେ କୁହୁଡ଼ି ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ହୋଇଥିବା ସାମ୍ନାକୁ ଆସିଛି । ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କ ଦୁର୍ଘଟଣା ପରେ ଯାହା ଘଟିଛି ତାହା କଳ୍ପନା କରିବା ମଧ୍ୟ ଭୟଙ୍କର । ଯୁବକଙ୍କ ମୃତ ଶରୀର ଉପରେ ରାସ୍ତାରେ ଯାଉଥିବା ସମସ୍ତ ଯାନବାହାନ ମାଡ଼ି ଯାଇଥିଲା ।

ଆଗ୍ରା ରାଜପଥରେ ଏତେ ଘନ କୁହୁଡି ହୋଇଥିଲା ଯେ ରାସ୍ତାରେ ମୃତଦେହକୁ କେହି ଦେଖି ପାରିନଥିଲେ । ଏହି କାରଣରୁ ଯାଉଥିବା ସମସ୍ତ ଗାଡି ମୃତଦେହ ଉପରେ ବାରମ୍ବାର ମାଡ଼ିଯାଇଥିଲା । ଗାଡ଼ି ଗୁଡ଼ିକ ମୃତ ଦେହ ଉପରେ ଏପରି ଭାବେ ମାଡ଼ି ଯାଇଥିଲା ଯେ ଶବଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୃତ ଶରୀରଟି ଅନେକ ଟୁକୁଡ଼ାରେ ବିଭକ୍ତ ହୋଇଥିଲା । ମୃତ ଦେହର ଟୁକୁଡ଼ା ଗୁଡ଼ିକ ରାସ୍ତାର ବହୁ ଦୂର ପର୍ଯ୍ୟନ୍ତ ପଡ଼ିଥିବାର ଦେଖାଯାଇଥିଲା । ଆଉ ଶେଷରେ ରାସ୍ତାଟି ରକ୍ତ ଜୁଡୁବୁଡୁ ହୋଇ ଲାଲ ହୋଇଯାଇଥିଲା ।

ସକାଳେ କୁହୁଡି ଛାଡ଼ିବା ପରେ ଲୋକମାନଙ୍କ ନଜର ମୃତଦେହ ଉପରେ ପଡିଥିଲା । ଏହି ଘଟଣାର ଭୟଙ୍କର ଚିତ୍ର ଦେଖି ଲୋକଙ୍କ ଛାତି ଥରି ଉଠିଥିଲା । ଏଭଳି ଭୟଙ୍କର ଦୃଶ୍ୟ ଦେଖି ଲୋକମାନେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସର କହିବା ଅନୁସାରେ ମୃତଦେହ ଉପରେ ଗାଡିଗୁଡିକ ଏତେଥର ମାଡ଼ି ଯାଇଥିଲା ଯେ ରାସ୍ତାରେ ହାଡ ସବୁ ମିଶି ଯାଇଥିଲା ।

ମୃତଦେହ ସଂଗ୍ରହ କରିବାରେ ପୋଲିସ ଟିମ୍ ଥକି ଯାଇଥିଲା । ଘଟଣାସ୍ଥଳରୁ ମିଳିଥିବା ଯୁବକଙ୍କ ସାର୍ଟରୁ ତାଙ୍କୁ ଚିହ୍ନଟ କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ଟୁକୁଡ଼ା ସଂଗ୍ରହ କରି ପୋଷ୍ଟମର୍ଟମ ଶେଷ କରିଥିଲା । ଯୁବକଙ୍କ ସାର୍ଟରେ ଥିବା ଆଧାର କାର୍ଡ ଦ୍ୱାରା ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ଯୁବକ ଜଣକ ମଧ୍ୟପ୍ରଦେଶର ଭିଣ୍ଡର ବାସିନ୍ଦା ଗୌରବ ବୋଲି ଜଣାପଡିଛି । ପୋଲିସ ଘଟଣା ସମ୍ପର୍କରେ ମୃତ ଯୁବକଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଛି । ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.