fbpx
BSKY
BJD SHG SKY
BJD YOUTH SKY

ଏହି କାରଣରୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି, ଜାଣନ୍ତୁ କାହିଁକି

କର୍ମମୟ ଜୀବନରେ ବିଶ୍ରାମ ନେବା ନିତାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ଅନୁସାରେ, ଦୈନିକ ୬-୮ ଘଣ୍ଟା ଶୋଇବା ଦରକାର । ତେବେ ଏକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ଶୋଇଥାନ୍ତି । ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣଗୁଡ଼ିକ ବିଷୟରେ:-

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ମସ୍ତିଷ୍କ ପ୍ରାୟତଃ ଅଧିକ ଜଟିଳ ହୋଇଥାଏ ।

ମହିଳାମାନଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଥାଏ । ସେଥିପାଇଁ ମହିଳାମାନଙ୍କୁ ମଲ୍ଟିଟାସ୍କିଂ କୁହାଯାଏ ।

ମହିଳାମାନଙ୍କ ମସ୍ତିଷ୍କ ଅଧିକ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ପାଞ୍ଚଗୁଣରୁ ଅଧିକ ଇନଫରମେସନ ପାସ କରିପାରନ୍ତି । ଏପରି ବଡ଼ ଧରଣର କାର୍ଯ୍ୟକଳାପ ପାଇଁ ମସ୍ତିଷ୍କକୁ ବିଶ୍ରାମର ଆବଶ୍ୟକତା ରହିଥାଏ ।

Get real time updates directly on you device, subscribe now.