fbpx

ଘରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ରଙ୍ଗର କାନ୍ଥ ଘଣ୍ଟା: ନଚେତ୍ ଆପଣଙ୍କ ପରିବାରରେ ଦେଖାଦେଇପାରେ ଅନେକ ସମସ୍ୟା

Advertisement

ସମୟ ଦେଖିବା ପାଇଁ ସମସ୍ତଙ୍କ ଘରେ କାନ୍ଥ ଘଣ୍ଟା ରହିଥାଏ । ଯାହାକି ଏକ ସାଧାରଣ ଏବଂ ସ୍ୱଭାବିକ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ନିଜ ମନ ପସନ୍ଦର ଘଣ୍ଟା ଘରେ ଲଗାଇଥାନ୍ତି ଏବଂ ତାହା ପୁଣି ଭିନ୍ନ ଭିନ୍ନ ରଙ୍ଗର । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପ୍ରତ୍ୟକ ଜିନିଷ ରଖିବାର କିଛି ନିୟମ ରହିଥାଏ । ଯେଉଁଥିରେ କାନ୍ଥ ଘଣ୍ଟା ସହ ଜଡିତ କିଛି ନିୟମ ମଧ୍ୟ ସାମିଲ ଅଛି । ଶାସ୍ତ୍ର ଅନୁସାରେ ଏପରି କିଛି ରଙ୍ଗର କାନ୍ଥ ଘଣ୍ଟା ଅଛି ଯାହାକୁ ଘରେ ଲଗାଇବା ଉଚିତ୍ ନୁହେଁ । ଯଦି ସେହିସବୁ ରଙ୍ଗର କାନ୍ଥ ଘଣ୍ଟା କୌଣସି ବ୍ୟକ୍ତି ଘରେ ଲଗାନ୍ତି ,ତାହାଲେ ସେମାନଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେବା ସହ ପରିବାରରେ ଅଶାନ୍ତି ମଧ୍ୟ ଲାଗି ରହେ । ଏତିସହିତ ନରକାତ୍ମକ ଶକ୍ତି ମଧ୍ୟ ଘରେ ପ୍ରବେଶ କରେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ କାନ୍ଥ ଘଣ୍ଟା ବିଷୟରେ ଯାହାକୁ ଘରେ ଲଗାଇବା ଉଚିତ୍ ନୁହେଁ ।

କାନ୍ଥ ଘଣ୍ଟା ସହ ଜଡିତ ବାସ୍ତୁ ନିୟମ:

ମୁଖ୍ୟ ଦ୍ୱାରରେ ଲଗାନ୍ତୁ ନାହିଁ କାନ୍ଥ ଘଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ କେବେ କାନ୍ଥି ଘଣ୍ଟା ଘରର ମୁଖ୍ୟ ଦ୍ୱାରାରେ ଲଗାଇବା ଉଚିତ୍ ନୁହେଁ । କାରଣ ପେରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଫଳରେ ଘରେ କଳହ ଏବଂ ଅଶାନ୍ତି ଲାଗି ରହେ । ତେଣୁ କେବେ ବି ଘରର ମୁଖ୍ୟ ଦ୍ୱାରରେ କାନ୍ଥ ଘଣ୍ଟା ଲଗାନ୍ତୁ ନାହିଁ ।

ଏହି ରଙ୍ଗର କାନ୍ଥ ଘଣ୍ଟା ହୋଇଥାଏ ଅଶୁଭ: ଶାସ୍ତ୍ର ଅନୁସାରେ ଘରେ କେବେ ବି ଗୋଲ ଘଣ୍ଟା ଲଗାନ୍ତୁ ନାହିଁ । ଏଥିସହିତ କିଛି ଓଲଡା ସିଧା ଡିଜାଇନର ଘଣ୍ଟା ମଧ୍ୟ ଘରେ ଲଗାନ୍ତୁ ନାହିଁ । ଏପରି ଘଣ୍ଟା କାନ୍ଥରେ ଲଗାଇବା ଦ୍ୱାରା ଏହା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ସେହିପରି ଘରେ କେବେ ବି ନାରଙ୍ଗି କିମ୍ବା ସବୁଜ ରଙ୍ଗର ଘଣ୍ଟା ଲଗାନ୍ତୁ ନାହିଁ । କାରଣ ଏହା ଅଶୁଭ ଶକ୍ତିକୁ ଆକର୍ଷିତ କରିଥାଏ । ଫଳରେ ଘରେ ସର୍ବଦା ବିଭିନ୍ନ ପ୍ରକାର ସମସ୍ୟା ଲାଗି ରୁହେ ।

ଘରେ ଲଗାନ୍ତୁ ନାହିଁ ପେଣ୍ଟିଲମ୍ ଘଡି: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେବେ ବି ପେଣ୍ଡୁଲମ୍ ଅର୍ଥାତ୍ ଶବ୍ଦ କରୁଥିବା ଘଣ୍ଟା ଲଗାନ୍ତୁ ନାହିଁ । ଏହି ଘଣ୍ଟା ଘରର ସୁଖ ଶାନ୍ତିରେ ବାଧା ସୃଷ୍ଟି କରିଥାଏ । ଫଳରେ ଘରକୁ ଆସୁଥିବାସୁଖ ମଧ୍ୟ ଦୁଃଖରେ ପରିଣତ ହେବାର ସମ୍ଭାବନା ରହିଥାଏ । ତେଣୁ ଏପରି ଘଣ୍ଟା ଘରେ କେବେ ବି ଭୁଲରେ ଲଗାନ୍ତି ନାହିଁ ।

Get real time updates directly on you device, subscribe now.