fbpx

ବଢ଼ିବ ଭାରତରେ ଫସି ରହିଥିବା ବିଦେଶୀଙ୍କ ଭିସା ଅବଧି

ନୂଆଦିଲ୍ଲୀ, ୧୮ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଭାରତରେ ଫସି ରହିଥିବା ବିଦେଶୀଙ୍କ ଭିସା ଅବଧିକୁ ବୃଦ୍ଧି କରାଯିବ । ବିଦେଶୀମାନେ ଆବେଦନ କଲେ ନିଶୁଳ୍କ ଭାବେ ଭିସା ଅବଧି ବଢ଼ିବ । ମେ ମାସ ୩ ଯାଏଁ ବିଦେଶୀ ନାଗରିକ ଭିସା ଅବଧି ବୃଦ୍ଧି କରିବା ପାଇଁ ଆବେଦନ କରିପାରିବେ । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୯୨ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏହାସହ ୨୪ଘଣ୍ଟା ମଧ୍ୟରେ ୯୯୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୩ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।ବତ୍ତର୍ମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୩୭୮ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୮୦ରେ ପହଞ୍ଚିଛି । ୭୫.୩% ମୃତ୍ୟୁ ଭିତରେ ୬୦ବର୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି । ୪୫ଜିଲ୍ଲାରେ ୧୪ଦିନ ହେବ କିଛି ପଜିଟିଭ୍ କେସ୍ ନଜରକୁ ଆସିନି । ଏହାସହ କେହି ଜଣେ ବି ସାମାଜିକ ଦୂରତା ନପାଳିଲେ ଦେଶ ଉପରେ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।
ଦିଲ୍ଲୀରେ ୬୩% କେସ୍ ଜମାତ ପାଇଁ ହୋଇଛି । ୨୩ରାଜ୍ୟରେ ଜମାତ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଅନ୍ୟପଟେ ହାଇଡ୍ରୋ କ୍ଲୋରୋକ୍ୱିନ୍ ଉପରେ ଗବେଷଣା ଜାରି ରହିଛି । ଦୁଇ ପ୍ରକାର କ୍ଲୋରୋକ୍ୱିନ୍ ଉପରେ ଏମ୍ସରେ ଗବେଷଣା ଚାଲିଛି । ଏହାର ପାଶ୍ୱର୍ପ୍ରତିକ୍ରିୟା ଉପରେ ବି ନଜର ରଖାଯାଇଛି ବୋଲି ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.