fbpx

ଅଧିକ ପର୍ଣ୍ଣ ଦେଖୁଥିବା ବ୍ୟକ୍ତି ଅଧିକ ଧାର୍ମୀକ: ରିସର୍ଚ୍ଚ

ପଣ ଏପରି ଲୋକଙ୍କୁ ଜାଣିଥିବେ ଯେଉଁମାନେ ଅଧିକ ମାତ୍ରରେ ପର୍ଣ୍ଣ ଫିଲ୍ମ ଦେଖନ୍ତି । ଯେଉଁମାନେ ଏପରି ଫିଲ୍ମ ଦେଖନ୍ତି ନାହିଁ ସେମାନେ ଭାବନ୍ତି ଯେ, ପର୍ଣ୍ଣ ଫିଲ୍ମ ଦେଖୁଥିବା ଲୋକମାନେ ଧାର୍ମୀକ ରାସ୍ତାରୁ ଭଟକି ଯାଇଛନ୍ତି ଏବଂ ଏପରି ଅଶ୍ଲିଳ ଫିଲ୍ମ ଦେଖି ଅଧାର୍ମୀକ କାର୍ଯ୍ୟ କରୁଛନ୍ତି । ଏପରି ଲୋକଙ୍କ ବିଷୟରେ ଆପଣଙ୍କ ବିଚାର ବଦଳିପାରେ । କାହିଁକି ନା, ଏକ ନୂତନ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ସପ୍ତାହକୁ ଗୋଟିଏ ଥର ପର୍ଣ୍ଣ ଫିଲ୍ମ ଦେଖନ୍ତି ସେମାନଙ୍କଠାରୁ ଏକାଧିକ ଥର ପର୍ଣ୍ଣ ଫିଲ୍ମ ଦେଖୁଥିବା ବ୍ୟକ୍ତିମାନେ ଅଧିକ ଧାର୍ମୀକ । ରିସର୍ଚ୍ଚରଙ୍କ ମତ ଅନୁସାରେ, ଏକାଧିକ ଥର ପର୍ଣ୍ଣ ଫିଲ୍ମ କିମ୍ବା ଭିଡ଼ିଓ ଦେଖୁଥିବା ବ୍ୟକ୍ତି ନିଜକୁ ଦୋଷୀ ମାନିଥାନ୍ତି ଏବଂ ଧାର୍ମୀକ କାର୍ଯ୍ୟ ଜରିଆରେ ଇଶ୍ୱରଙ୍କୁ ଭୁଲ୍ କ୍ଷମା ପାଇଁ ପ୍ରାର୍ଥନା କରନ୍ତି । ୧୩୦୦ ଆମେରିକୀୟଙ୍କ ଠାରୁ ୬ ବର୍ଷ ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିବା ଡାଟାରୁ ଏହି ବିଷୟ ସାମ୍ନାକୁ ଆସିଛି ।

ଏହାପରେ ରିସର୍ଚ୍ଚର ଟିମରେ ସାମିଲ ଥିବା ସାମୁଏଲ୍ ପେରୀ ‘ଦ ଇଣ୍ଡିପେଣ୍ଡେଣ୍ଟ’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଅଧିକ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ବ୍ୟକ୍ତିଙ୍କ ଧାର୍ମୀକ ମାନ୍ୟତା ଅଧିକ ମଜବୁତ୍ । ଯେଉଁମାନେ କେବେ କେବେ ପର୍ଣ୍ଣ ଦେଖୁଛନ୍ତି ସେମାନଙ୍କ ତୁଳନାରେ ଅଧିକ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିମାନେ ଅଧିକ ପୂଜାପାଠ କରିଥାନ୍ତି ବୋଲି ସେ କହିଛନ୍ତି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ୨୦୦୬ ମସିହାରେ ସପ୍ତାହକୁ ଏକାଧିକ ଥର ପର୍ଣ୍ଣ ଦେଖୁଥିବା ଲୋକମାନେ ୨୦୧୨ରେ ଅଧିକ ଧାର୍ମୀକ ହୋଇ ପଡ଼ିଛନ୍ତି । ଯେଉଁମାନେ ମାସକୁ ଗୋଟିଏ ଥର ପର୍ଣ୍ଣ ଦେଖୁଥିଲେ ସେମାନେ ଧର୍ମ କାର୍ଯ୍ୟ ଓ ପ୍ରାର୍ଥନା ପ୍ରତି ବିମୁଖ ହୋଇ ପଡ଼ିଛନ୍ତି । ତେବେ ଯେଉଁମାନେ ଆଦୌ ପର୍ଣ୍ଣ ଫିଲ୍ମ କିମ୍ବା ଭିଡ଼ିଓ ଦେଖନ୍ତି ନାହିଁ ସେମାନେ ଧର୍ମ ପ୍ରତି ଅଧିକ ବିଶ୍ୱାସ ରଖିଥାନ୍ତି ଓ ଧର୍ମକୁ ନେଇ ସେମାନଙ୍କ ମନରେ ସନ୍ଦେହ ନଥାଏ ବୋଲି କୁହାଯାଇଛି ।

Get real time updates directly on you device, subscribe now.