fbpx
BJD SKY
BJD SKY

ଜେଲର ବାଥରୁମରେ ପଡି ଆପ୍ ନେତା ଆହତ , ଅକ୍ସିଜେନ୍ ସପୋର୍ଟରେ ଚାଲିଛି ଜୀବନ

BJD

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟୈନ୍ଦ୍ର ଜୌନ ଗୁରୁବାର ତିହାଡ ଜେଲର ବାଥରୁମ୍ ରେ ପଡି ଗୁରୁତର ଆହତ ହୋଇଛନ୍ତିି । ତାଙ୍କୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଅକ୍ସିଜେନ୍ ସପୋର୍ଟରେ ତାଙ୍କୁ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଏଲଏନ୍ଜେପି ସ୍ଥାନାନ୍ତର କରାଯାଇଛି ।

ଏହାକୁ ମିଶାଇ ତାଙ୍କୁ ମୋଟ ଦୁଇ ଥର ତିହାଡ ଜେଲରୁ ହସ୍ପିଟାଲ ନିଆଯାଇଛି । ଏହା ପୂର୍ବରୁ ମଧ୍ୟ ସେ ଥରେ ତିହାଡ ବାଥରୁମରେ ଖସି ପଡିଥିଲେ । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗୁରୁବାର ସକାଳ ୬ଟା ବେଳେ ଏହି ଅଘଟଣ ଘଟିଛି । ପିଠି, କାନ୍ଧ ଓ ଗୋଡରେ ଆଘାତ ଲାଗିଛି । ବର୍ତ୍ତମାନ ଅବସ୍ଥା ସ୍ଥିର ରହିଛି । ଜେଲ କର୍ତ୍ତୃପକ୍ଷ ସୂଚନା ଅନୁଯାୟୀ ତାଙ୍କ ସର୍ଜରୀ ହୋଇପାରେ । ସ୍ପାଇନାଲରେ ତାଙ୍କର ସମସ୍ୟା ରହିଛି । ସୋମବାର ଏନେଇ ତାଙ୍କ ଅନେକଗୁଡିଏ ଟେଷ୍ଟ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥାଳ ଯୋଗୁଁ ତାଙ୍କ ଓଜନ ୩୫ କେଜି କମ୍ ହୋଇଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.