fbpx

ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ତାଙ୍କର ଛାତିରେ ଯନ୍ତ୍ରଣା ଯୋଗୁଁ ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମା ଓ ଝିଅଙ୍କ ଡ଼ବଲ ମର୍ନର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲରେ ଅଛନ୍ତି । ଫେବୃଆରୀ ୧୨ରେ ଅନୁପଙ୍କୁ ଗିରଫ କରିଥିଲା ପୋଲିସ ।

Get real time updates directly on you device, subscribe now.