fbpx
BJD SKY
BJD SKY

ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ: ପାଟନାର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି

BJD

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା(ହମ୍)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଝୀ ହଠାତ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାଟନାର ମେଦାନ୍ତା ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାଯାଇଛି । ତେବେ ଜିତନଙ୍କର ଏମଅରଆଇ ଟେଷ୍ଟ କରାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ସ୍ୱସ୍ଥ୍ୟବସ୍ଥା ସ୍ତିତ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ତେବେ ହମ୍ ର ପ୍ରବକ୍ତା ଦାନିଶ ରିଜୱାନ ଏମଆରଆଇ ହେବା ଗୁଜବକୁ ଖାରଜ କରି କହିଛନ୍ତି ଯେ ଜିତନଙ୍କ ସ୍ୱସ୍ଥ୍ୟବସ୍ଥାରେ ସୁଧାର ଆସିଛି ଏବଂ ଚିନ୍ତାର କୌଣସି କାରଣ ନାହିଁ । ତେବେ ତାଙ୍କ ସୁଗାର ଲେବୁଲ ସାମାନ୍ୟ କମି ଯାଇଥିବା କହିଛନ୍ତି ଦାନିଶ । ଯେଉଁଥିପାଇଁ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ । କିନ୍ତୁ ଏବେ ମେଡିକାଲ ନେବା ପରେ ସେ ସୁସ୍ଥ ଅଛନ୍ତି ଏବଂ ସମସ୍ତଙ୍କ ସହ କତା ମଧ୍ୟ ହୋଇଛନ୍ତି । ତେବେ ତାଙ୍କୁ ବିଶ୍ରାମ କରିବା ପାଇଁ ଉପଦେଶ ଦେଇଛନ୍ତି ଡାକ୍ତର । ଏଥି ସହିତ ମାଝୀଙ୍କୁ ନେଇ ଚାଲିଥିବା ସମସ୍ତ ଗୁଜବରୁ ଦୂରେଇ ରହିବା ପାଇଁ ଅନୁରୋଧ କରିଛନ୍ତି ରିଜୱାନ ।

Get real time updates directly on you device, subscribe now.