fbpx
BSKY
BJD SHG SKY
BJD MC SKY

(Video) ପୂର୍ବତନ କ୍ରିକେଟର କପିଲ ଦେବ Kidnapped ! ଭିଡିଓ ସେୟାର କରି ସୂଚନା ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ଭାରତୀୟ କ୍ରିକେଟର ପ୍ରଥମ ବିଶ୍ୱକପ ବିଜୟୀ(୧୯୮୩) ଅଧିନାୟକ କପିଲ ଦେବ ଅପହରଣ ହୋଇଥିବା ନେଇ ସୋସିଆଲ ମିଡିଆ ଖବର ବ୍ୟାପିବାରେ ଲାଗିଛି । ଗମ୍ଭୀରଙ୍କ ଏହି ପୋଷ୍ଟ ମଧ୍ୟ ସମସ୍ତଙ୍କୁ ପ୍ରଶ୍ନ ଘେରରେ ପକାଇ ଦେଇଛି । ଆଗକୁ ଦିନିକିଆ ବିଶ୍ବକପ ଥିବା ବେଳେ ଭାରତର ବିଶ୍ୱକପ ବିଜୟୀଙ୍କୁ ଅପହରଣ କରିବା ମାମଲା ସାରା ଦେଶରେ ଚହଳ ପକାଇ ଦେଇଛି ।

କପିଲ ଦେବଙ୍କ ଅପହରଣର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି ଗୌତମ ଗମ୍ଭୀର । ଏହି ଭିଡିଓରେ ଦୁଇ ଜଣ ଯୁବକ କପିଲଙ୍କୁ ତାଙ୍କୁ ଟାଣି ନେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ କପିଲ ଦେବଙ୍କ ହାତ ଏବଂ ମୁହଁ ବାନ୍ଧିଦେବା ଦଉଡ଼ିରେ ବାନ୍ଧି ଦିଆଯାଇଛି । ତେବେ କପିଲ ଦେବ ନିଜକୁ ରକ୍ଷା କରିବା ପାଇଁ ସହାଯ୍ୟ ଖୋଜୁଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ । ଏହାପରେ ଉଭୟ ଯୁବକ ତାଙ୍କୁ ଏକ ଘର ଭିତରକୁ ନେଇ ଯାଇଛନ୍ତି । ତେବେ ଏହିଠାରେ ଗମ୍ଭୀରଙ୍କ ଏହି ଭିଡିଓ ଶେଷ ହୋଇ ଯାଇଛି ସତ, କିନ୍ତୁ କ୍ରିକେଟ ଫ୍ୟାନ୍ସ ଏବଂ ଦେଶବାସୀଙକ ମନରେ ଅନେକ ପ୍ରଶ୍ନ ଆରମ୍ଭ ହୋଇଛି ।

ଏହି ଭିଡିଓ ସେୟାର କରି ଗମ୍ଭୀର ଲେଖିଛନ୍ତି ଯେ, ଏହି ଭିଡିଓ ଆଉ କେହି ପାଇଲେଣି କି? ଆଶା କରୁଛି ଏହା ସତ ହୋଇ ନଥାଉ ଏବଂ କପିଲ ସାର୍ ସୁସ୍ଥ ଥାଆନ୍ତୁ । ତେବେ ଏହାପରେ ଏକ ଦମଦାର ଟ୍ୱିଷ୍ଟ ରହିଛି । ତେବେ ପ୍ରକୃତ ଘଟଣା ହେଉଛି ଭାରତର ଏହି ପୂର୍ବତନ ଅଧିନାୟକଙ୍କୁ ନେଇ ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଏକ ପ୍ରୋମୋସନାଲ ଭିଡିଓ ପ୍ରସ୍ତୁତ କରାଯାଇଛି । ବିଶ୍ୱକପର ଅଫିସିଆଲ ବ୍ରଡକାଷ୍ଟର ଡିସନି ପ୍ଲସ ହଟଷ୍ଟାର ନିଜ ଟ୍ୱିଟର ପେଜରେ ଏହି ଭିଡିଓ ଅପଲୋଡ କରିଛି । ତେବେ ଏହାପରେ ଗମ୍ଭୀର ଏହି କ୍ଲିପର ଫୁଲ ଭିଡିଓ ଅପଲୋଡ କରି କପିଲ ଦେବଙ୍କ ଅଭିନୟ କଳାକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.