fbpx
BSKY
BJD SHG SKY
BJD MC SKY

ODI WorldCupରୁ ଓହରି ଯାଇ ପାରନ୍ତି ଦଳର ଅଧିନାୟକ: ଖେଳାଳିମାନଙ୍କ ଭିତରେ ବିବାଦ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏଥିପାଇଁ ଅଧିକାଂଶ ଦଳ ଘୋଷଣା ହୋଇ ସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ କରିବାର ରହିଛି ସମୟ ଓ ସମ୍ଭାବନା । ତେବେ ଏହାଭିତରେ ଗୋଟିଏ ଦଳର ଅଧିନାୟକ ବିଶ୍ୱକପରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଉଥିବା ଜାଣିବାକୁ ମିଳିଛି । ଦଳର ଖେଳାଳିମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଏବଂ ବିବାଦ ଆରମ୍ଭ ହୋଇଛି । ଯେଉଁଥିପାଇଁ ଟିମ୍ ଭିତରେ ଆତ୍ମବିଶ୍ୱାସ ମଧ୍ୟ କମ୍ ହେଉଥିବା ମନେ ହେଉଛି । ଯାହାର ପ୍ରଭାବ ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିପାରେ ।

ବିଶ୍ୱକପ ପୂର୍ବରୁ ବିବାଦରେ ଫସିଥିବା ଦଳ ହେଉଛି ବାଂଲାଦେଶ । ଦଳର ଅଧିନାୟକ ଶାକିବ ଅଲ ହାସନ୍ ଏବଂ ଷ୍ଟାର ପ୍ଲେୟର ତମିମ ଇକବାଲଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ରିପୋର୍ଟ ଅନୁସାରେ, ବିଶ୍ୱକପରେ ଆହତ ସମସ୍ୟା ଯୋଗୁଁ ତମିମ ଇକବାଲ ୫ରୁ ଅଧିକ ମ୍ୟାଚ ଖେଳି ପାରିବେ ନାହିଁ ବୋଲି ବୋର୍ଡକୁ ସୂଚନା ଦେଇଥିଲେ । କିନତୁ ଏହାକୁ ନେଇ ଅଧିନାୟକ ଶାକିବ କହିଛନ୍ତି ଯେ, ଯଦି ବାଂଲାଦେଶ ବୋର୍ଡ ତମିମ ଇକବାଲଙ୍କ କଥାରେ ରାଜି ହୁଏ, ତେବେ ସେ ବିଶ୍ୱକପରୁ ଓହରି ଯିବେ । ତେବେ ଶାକିବଙ୍କ ଏହି ଚେତାବନୀ ଏବଂ ତମିମଙ୍କ ସହ ବିବାଦ ବୋର୍ଡ ସମ୍ନାରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଗୋଟିଏ ପକ୍ଷରେ ଜଣେ ଖେଳାଳିଙ୍କ ସ୍ୱାସ୍ଥ୍ୟବସ୍ଥା ରହିଛି ତ ଅନ୍ୟ ପକ୍ଷରେ ରହିଛି ଅଧିନାୟକଙ୍କ ଜିଦ୍ । ଉଭୟଙ୍କ ବିବାଦ ଭିତରେ ଫସିଯାଇଛି ବିସିବି । ଏହି ପରିସ୍ଥିତିରେ ଦଳ ବିଶ୍ୱକପରେ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦଳ ବିପକ୍ଷରେ କିପରି ଲଢିବ ବୋଲି ଏବେ ଚର୍ଚ୍ଚା ହେଉଛି ।

ବାଂଲାଦେଶର ଷ୍ଟାର ଖେଳାଳି ତମିମ ଇକବାଲ ପିଠି ଯନ୍ତ୍ରଣାକୁ ନେଇ ଏସିଆ କପ୍ ରୁ ମଧ୍ୟ ଓହରି ଯାଇଥିଲେ । ନିକଟରେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ଅନୁରୋଧରେ ସେ ଦଳକୁ କମବ୍ୟାକ କରିଛନ୍ତି । ବର୍ତ୍ତମାନ ସେ ଦିନିକିଆ ବିଶ୍ୱକପରେ ମଧ୍ୟ ନଜର ଆସିପାରନ୍ତି । ତେବେ ତମିମ-ଶାକିବଙ୍କ ଏହି ବିବାଦକୁ ବିଶ୍ୱକପ ପୂର୍ବରୁ ସମାଧାନ କରିବାକୁ ଚାହିଁବ ବାଂଲାଦେଶ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.